ନଦୀରେ ବୁଡ଼ି ଚାଲିଗଲା ଯୁବକଙ୍କ ଜୀବନ। ନଦୀରେ ସାଙ୍ଗଙ୍କ ସହ ଗାଧେଇବା ଯୁବକଙ୍କ ପାଇଁ ସାଜିଲା କାଳ। ତେବେ ଏଭଳି ଦୁଖଦପୁର୍ଣ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରି ଥାନ ଅନ୍ତର୍ଗତ ତାଳକୁସୁମ ଗାଁରେ ଘଟିଛି। ତେବେ ମୃତ ଯୁବକ ତାଳକୁସୁମ ଗାଁରେ ବୋଲି ଯଣାପଡ଼ିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଘଟଣା ବାବଦରେ ଅଧିକ ତଦନ୍ତ ଜାରି ରଖିଛି।
ସୂଚନା ମୁତାବକ, କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରି ଥାନ ଅନ୍ତର୍ଗତ ତାଳକୁସୁମ ଗାଁରେ ଗାଧେଇବାକୁ ଯାଇ ନଦୀରେ ବୁଡ଼ି ଯୁବକ ମୃତ। ତେବେ ମୃତ ଯୁବକ ତାଳକୁସୁମ ଗାଁରେ ବୋଲି ଯଣାପଡ଼ିଛି। ଆଜି ସକାଳେ ମୃତ ଯୁବକ ଚିତ୍ରୋତ୍ପଳା ନଦୀକୁ ସାଙ୍ଗ ମାନଙ୍କ ସହ ଗାଧୋଇ ବାକୁ ଯାଇଥିଲେ। ଗାଧୋଇବା ବେଳେ ପ୍ରଖର ସୁଅରେ ସେ ଭାସି ଯାଇଥିଲେ। ଏନେଇ ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ଯୁବକଙ୍କୁ ମୃତ ଘୋଷଣା କରିଥିଲେ।