ପରିବାରିକ କଳହକୁ ନେଇ ମଦ୍ୟପ ସ୍ୱାମୀର ଉନ୍ମତକାଣ୍ଡ। ନିଜ ସ୍ତ୍ରୀ ଏବଂ ଝିଅକୁ ଟାଙ୍ଗିଆରେ ଆକ୍ରମଣ କଲା ରାକ୍ଷସ ସ୍ୱାମୀ। ଯାହାଫଳରେ ସ୍ତ୍ରୀ ଓ ଝିଅ ଗୁରୁତର ହୋଇପଡିଥିଲେ। ତେଣୁ ତାଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ରାୟଗଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା। ହେଲେ ସ୍ତ୍ରୀ ର ଅବସ୍ଥା ଗୁରୁତର ହେବାରୁ ତାକୁ କୋରାପୁଟ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଆକ୍ରମଣ କରିବା ପରେ ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଛି। ତେବେ ଏଭଳି ଅମାନୁଷିକ ଘଟଣା ରାୟଗଡାର ଚାନ୍ଦିଲି ଥାନା ଅର୍ନ୍ତଗତ ଭାଟିପଡା ଗାଁରେ ଘଟିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତ ସ୍ୱାମୀକୁ ଖୋଜାଖୋଜି କରିବା ପାଇଁ ସମସ୍ତ ଘଟଣାର ତଦନ୍ତ ଆରମ୍ଭ କରିଛି।