ଘରୁ କଳାକନା ବୁଲାଇଲେ ଲୁଟେରା । ଆତଙ୍କ ଖେଳାଉଛନ୍ତି ଲୁଟେରା । ମାରଣାସ୍ତ୍ର ଧରି ଘରେ ଘରେ ପଶି ଲୁଟ କରୁଛନ୍ତି ଲୁଟେରା । ଗୋଟେ ଗାଁ ରୁ ଆଉ ଗୋଟେ ଗାଁ କୁ ଘୁରି ବୁଲୁଛନ୍ତି । ଲୁଟେରା ମାନଙ୍କ ଗଡ଼ ସାଜିଛି ବରଗଡ଼ ଜିଲ୍ଲାର ଅତାବିରା । ଘରେ କେହି ନଥିବାର ସୁଯୋଗ ନେଇ ସର୍ବସ୍ବ ଲୁଟିନେଲେ ଦୁର୍ବୁତ୍ତ । ସୂଚନା ଅନୁଯାୟୀ,ବରଗଡ଼ ଜିଲ୍ଲାର ଅତାବିରା ଥାନା ଅଧୀନରେ ଗୋଟିଏ ସପ୍ତାହ ମଧ୍ୟରେ ଦୁଇଟି ଘରୁ ସବୁ ଲୁଟିନେଇଛନ୍ତି ଦୁର୍ବୁତ୍ତ । ରାତି ହେବା କ୍ଷଣି ଅତାବିରା ଅଞ୍ଚଳର ଲୋକମାନେ ଭୟରେ ଜୀବନ ଅତିବାହିତ କରୁଛନ୍ତି । ଲୋକଙ୍କ ନିଦ ହଜାଇଦେଇଛି ଲୁଟେରାଙ୍କ ଆତଙ୍କ । ମାରଣାସ୍ତ୍ର ଧରି ଘରେ ଘରେ ପଶୁଛନ୍ତି ଡକାୟତ ଦଳ। ସୁନା ଅଳଙ୍କାର ଠାରୁ ଆରମ୍ଭ କରି ଦାମୀ ସାମଗ୍ରୀ ସବୁକିଛି ଲୁଟି ନେଉଛନ୍ତି ।
ଅଧିକ ପଢନ୍ତୁ :ଭୁବନେଶ୍ବର ବିମାନବନ୍ଦରରୁ ୭୫ ଲକ୍ଷ ଟଙ୍କା ଜବତ