ରମ୍ବାର ଐତିହାସିକ ଚନ୍ଦନ ଯାତ୍ରା ପାଇଁ ସାରା ସହର ଏବେ ଉତ୍ସବ ମୁଖର ହୋଇଉଠିଛି l ପ୍ରବଳ ଉତ୍ସାହ ଉଦ୍ଧିପନା, ଜନସାମଗ ଯୋଗୁଁ ସହର ଚଳ ଚଞ୍ଚଳ ହୋଇପଡିଛି l ପ୍ରଭୁ ଶ୍ରୀ ମଦନ ମୋହନ ଓ ଚନ୍ଦ୍ରଶେଖରଙ୍କ ଏହି ଯାତ୍ରା ସାତ ଦିନ ଧରି ପ୍ରତେକ ବର୍ଷ ଅନୁଷ୍ଠିତ ହୋଇଆସୁଛି l ଚଳିତ ବର୍ଷ ଏହି ଯାତ୍ରା ଗତ ୨୪ ତାରିଖରୁ ଆରମ୍ଭ ହୋଇ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ l ପ୍ରତେକ ଦିନ ପ୍ରଭୁ ମଦନ ମୋହନ ବିମାନରେ ବସି ସାହି, ବଜାର ପରିକ୍ରମା କରୁଛନ୍ତି l ଏହା ପରେ ଚନ୍ଦନ ପୋଖରୀରେ ଚାପ ଖେଳି ମଧ୍ୟ୍ୟ ରାତ୍ରରେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି l
ମଦନ ମୋହନଙ୍କ ଏହି ଚନ୍ଦନ ଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ପରିଲକ୍ଷିତ ହେଉଛି l ଅନ୍ୟ ପଟେ ଠାକୁର ପରିକ୍ରମା ସମୟରେ ବାଣ,,ଢୋଲ, ମୃଦଙ୍ଗ,ଓ ଡିଜେ ଶବ୍ଦର ତାଳେ ତାଳେ ଯୁବକ ମାନେ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି l ଅନ୍ୟ ପଟେ ସହରରେ ଝିଲ ମିଲ ରଙ୍ଗୀନ ଆଲୋକମାଳ ଦୃଶ୍ୟ ଯାତ୍ରାର ଆକର୍ଷଣ ଦ୍ବିଗୁଣିତ ବଢ଼େଇ ଦେଉଛି l ରମ୍ଭା ପ୍ରତେକ ସାହି ଛକରେ ବିଭିନ୍ନ ଦେବଦେବୀଙ୍କ ମେଢ଼ ଦେଖିବାକୁ ବିଭିନ୍ନ ଅଞ୍ଚଳରୁ ଲୋକଙ୍କଭିଡ଼ ହେଉଛି l ଦର୍ଶକ ମାନଙ୍କୁ ଖୁସିର ମାହୋଲ ସୃଷ୍ଟି କରିବାପାଇଁ ରମ୍ଭା ଶିଳ୍ପ ବଣିକ ସଙ୍ଘ ପକ୍ଷରୁ ଥଣ୍ଡl ପାନୀୟ ଅନ୍ୟାନ ଖାଦ୍ୟ ,ଦର୍ଶକଙ୍କୁ ବଣ୍ଟନ କରାଯିବା ପାଇଁ ଅନୁଷ୍ଠାନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଉଛି l
ଅନ୍ୟପଟେ ଦର୍ଶକମାନଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାରର ଖେଳନା ଏବଂ ଖାଦ୍ୟ ସାମଗ୍ରୀର ଦୋକାନ ବଜାରରେ ରମ୍ଭା ସହର ପରିପୂର୍ଣ୍ଣ ହୋଇଛି l ମଦନ ମୋହନଙ୍କ ଏହି ଲୀଳାଖେଳା ଦେଖିବାକୁ କାହିଁ କେତେ ଦୂରରୁ ଶ୍ରଦ୍ଧାଳୁମାନେ ଆସୁଛନ୍ତି । ଏଥିସହ ଶୃଙ୍ଖଳା ପାଇଁ ପୋଲିସର କଡା ସୁରକ୍ଷା ଏବଂ ପାନୀୟ ଜଳ ଓ ପରିମଳ,ରମ୍ଭା ଏନ ଏ ସି ପକ୍ଷରୁ ପ୍ରସ୍ତୁତି ହୋଇଛି l ଏହି ଯାତ୍ରା ରେ ପ୍ରତେକ ଦିନ ହଜାର ହଜାର ଲୋକଙ୍କ ସମାଗମ ହେଉଛି l