ରାସ୍ତାରେ ଓଲଟିଲା ଅଟୋ । ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ଅଟୋ । ଏଭଳି ଦୁର୍ଘଟଣାରେ ୪ ଜଣ ଲୋକ ଗୁରୁତର ହୋଇଯାଇଛନ୍ତି । ସମସ୍ତ ଗୁରୁତର ବ୍ୟକ୍ତିଙ୍କୁ ହରଭଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲାରେ ।
ସୂଚନା ଅନୁଯାୟୀ,ବୌଦ୍ଧ ଜିଲ୍ଲା ଚାରିଛକ କୁଶଙ୍ଗ ରାସ୍ତା ନିକଟରେ ଏକ ଅଟୋରେ କିଛିଲୋକ ଯାଉଥିଲେ । ସେହି ସମୟରେ ଅଯୋଧ୍ୟା ନିକଟବର୍ତ୍ତୀ ଝରଦାଣ୍ଡି ନିକଟରେ ଆଟୋ ଚାଲାକ ଜଣକ ଭାରସାମ୍ୟ ହରାଇଥିଲେ । ଏହାଫଳରେ ଅଟୋଟି ରାସ୍ତା କଡ଼କୁ ଓଲଟି ପଡିଥିଲା । ଏଭଳି ଦୁର୍ଘଟଣାରେ ଅଟୋ ଡ୍ରାଇଭର ଭର ସମତେ ୪ ଜଣ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକେ ଏହା ଦେଖି ସମସ୍ତ ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ହରଭଙ୍ଗା ଡାକ୍ତର କ୍ତରଖାନାରେ ଭର୍ତ୍ତି କରିଛନ୍ତି । ଏହାର ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରିରଖିଛନ୍ତି ।