ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଚାଲିଛି ଜୋରଦାର ଚେକିଂ । ଗତକାଲି ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଚେକିଂ କରୁଥିବା ସମୟରେ ୨ ବାଇକ୍ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା ଜବତ କରିଛି।
ସମ୍ପୃକ୍ତ ଯୁବକ ଦୁଇଜଣ ବରଗଡ଼ ଜିଲା ଝାରବନ୍ଧ ଥାନା ବଲାଙ୍ଗୀର ଗ୍ରାମର ବୋଲି ଜଣାପଡିଛି । ଥାନାରେ ସେମାନଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି। ନିର୍ବାଚନ ପୂର୍ବରୁ ଏତେ ଟଙ୍କା କାହାପାଖରୁ ଆଣି କେଉଁଠିକୁ ନେଉଥିଲେ, ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।