ପ୍ରଥମ ଓଡ଼ିଆ ସିନେମା ସୀତାବିବାହ କୁ ଆଜି ୮୮ ବର୍ଷ ପୁରିଛି । ଏହି ସିନେମାରୁ ଆରମ୍ଭ ହୋଇଥିଲା ଓଡ଼ିଆ ସିନେମାର ସ୍ୱର୍ଣ୍ଣିମ ଇତିହାସ । ଓଡ଼ିଶା ସମ୍ରଗ ଭାରତ ବର୍ଷରେ ସର୍ବପୁରାତନ ସିନେମା ଜଗତ । ଓଡ଼ିଆ ସିନେମାର ଇତିହାସ ବେଶ୍ ରୁଦ୍ଧିମନ୍ତ । ସୀତାବିବାହ ସିନେମା କହେ ଆଜି ଓଡିଶା ସିନେମାର ଇତିହାସ । ମୋହନ ସୁନ୍ଦର ଦେବ ଗୋସ୍ବାମୀ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’ ୧୯୩୬ ମସିହା ଆଜିର ଦିନରେ ମୁକ୍ତିଲାଭ କରିଥିଲା । ଏହା ପୁରୀର ଲକ୍ଷ୍ମୀ ଟକିଜରେ ମୁକ୍ତିଲାଭ କରିଥିଲା ପରେ ଏହା କଟକର ସିନେମା ପ୍ୟାଲେସରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ର ଟି ପ୍ରଭୁ ରାମ ଓ ମାତା ସୀତାଙ୍କ ବିବାହ ବିଷୟକୁ ନେଇ ନିର୍ମାଣ ହୋଇଥିଲା। ଚଳଚ୍ଚିତ୍ରରେ ରାମ ଭୂମିକାରେ ମାଖନଲାଲ୍ ବାନାର୍ଜୀ ଅଭିନୟ କରିଥିଲେ । ପ୍ରଭାବତୀ ସୀତା ଭୂମିକାରେ ଅଭିନୟ କରିଥିବା ବେଳେ ଲକ୍ଷ୍ମଣ ଭୂମିକାରେ ଆଦିତ୍ୟ ବଲ୍ଲଭ ମହାନ୍ତି ଅଭିନୟ କରିଥିଲେ । ଓଡିଆରେ ପ୍ରଥମ ଚଳଚ୍ଚିତ୍ର ହୋଇଥିବାରୁ ପ୍ରଯୋଜକ ଉଦ୍ଧାର କରି ଅଭିନେତାମାନଙ୍କୁ ଟଙ୍କା ଦେଇଥିଲେ ।
ଚଳଚ୍ଚିତ୍ରଟିକୁ ତିଆରି କରିବା ପାଇଁ ୩୦,୦୦୦ ଟଙ୍କା ଖର୍ଚ୍ଚ ହୋଇଥିଲା । ବେଙ୍ଗଲ ବୋର୍ଡର ଫିଲ୍ମ ସାର୍ଟିଫିକେଟ୍ ଓ ଲାଲବଜାର ପୋଲିସ କମିଶନର ଏହାକୁ ସେନସର ସାର୍ଟିଫିକେଟ୍ ଦେଇଥିଲେ । କିନ୍ତୁ ବର୍ତମାନ ଓଡ଼ିଶା ସିନେମା ଜଗତର ସ୍ଥିତି କିଛି ନାହିଁ କହିଲେ ଚଳେ । ଓଡ଼ିଶାରେ ଆଗ ଭଳି ସିନେମା ହେଉନାହିଁ । ଦର୍ଶକମାନେ ଅଲଗା ରାଜ୍ୟର ଚଳଚ୍ଚିତ୍ର ଦେଖିବା ପାଇଁ ମନବଳାଉଛନ୍ତି । ସେହିପରି ପୁରୀ ସହରରେ ବର୍ତମାନ ସମୟରେ ଗୋଟିଏ ହେଲେ ସିନେମା ହଲ ନାହିଁ । ୨୦୧୯ ଫନୀ ବାତ୍ୟାରେ ବିଧ୍ବସ୍ତ ହୋଇଥିଲା ପୁରୀର ପୁରାତନ ଲକ୍ଷ୍ନୀ ଟକିଜ୍ । ତା ପରଠୁ ଏହା ପୁନଃଉଦ୍ଧାର ହୋଇନି । ଯାହାକୁ ନେଇ ଜନସାଧାରଣରେ ଅସନ୍ତୋଷ ଦେଖାଯିବା ସହ ଓଡ଼ିଶା ସିନେମାର ସ୍ଥିତି କେଉଁଠି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଅଧିକ ପଢନ୍ତୁ : ଆଜି ଉତ୍କଳ ଗୌରବଙ୍କ ଜନ୍ମ ଦିବସ