ବିଜେଡିରୁ ଇସ୍ତଫା ଦେଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ। ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ସହିତ ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ସେ ନିଜର ଇସ୍ତଫାପତ୍ର ପଠାଇଛନ୍ତି। ତେବେ ହିନ୍ଦୋଳରୁ ଟିକେଟ ମିଳିବା ନେଇ ସେ ଆଶାୟୀ ଥିଲେ। ହେଲେ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ସୀମାରାଣୀ ନାୟକ ବିଜେଡିରୁ ଇସ୍ତଫା ଦେଇଛନ୍ତି।
ସୂଚନା ମୁତାବକ, ସୀମାରାଣୀ ନାୟକ ବିଗତ ୧୦ ବର୍ଷ ହେଲାନି ବିଜେଡି ଦଳ ପାଇଁ କାମ କରି ଆସୁଥିଲେ। ତେଣୁ ପୁନର୍ବାର ହିନ୍ଦୋଳରୁ ଟିକେଟ ପାଇ ବିଧାୟିକା ପାର୍ଥି ଭାବେ ଲଢ଼ିବା ପାଇଁ ଆଶାୟୀ ଥିଲେ। ଗତକାଲି ବିଜେଡି ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ୪ ବିଧାୟକଙ୍କ ଟିକେଟ କାଟିଛି। ଏପରିକି ସୀମାରାଣୀ ନାୟକଙ୍କର ମଧ୍ୟ ଟିକେଟ କଟିଛି ଦଳ। ଯାହାକୁ ନେଇ ରାସେଶ୍ୱରୀଙ୍କ ସମର୍ଥକ ମଧ୍ୟରେ ଅସନ୍ତୁଷ୍ଟ ହୋଇଥିଲେ। ଏପରିକି ସୀମାରାଣୀ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିପାଇଁ ସେ ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଇସ୍ତଫାପତ୍ର ପଠାଇବା ସହିତ ବିଜେଡିରୁ ଅଲଗା ହୋଇଯାଇଛନ୍ତି।