ହିନ୍ଦୁମାନଙ୍କ ଆରାଧ୍ୟ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ଜିବନୀ ବାବଦରେ ଯୁବପିଢିଙୁ ଜଣାଇବା ପାଇଁ ଜୁହାର ପରିବାର ପକ୍ଷରୁ ପ୍ରୟାସ କରାଯାଇଛି। ଏହି କ୍ରମରେ ଜୁହାର ପରିବାର ସମ୍ବଲପୁର ସହରର ଗଙ୍ଗାଧର ମଣ୍ଡପ ଠାରେ ଶ୍ରୀ ରାମାୟଣ ଓ କଳାକାର ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ହିନ୍ଦୁ ନବବର୍ଷ ଓ ଶ୍ରୀରାମ ନବମି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ସହରର ବହୁ ସୁନାମଧନ୍ୟ କଳାକାର ମାନେ ଭଜନ ପରିବେଷଣ କରିଥିଲେ। ଏଥିରେ ବିଭିନ୍ନ ନୃତ୍ୟ ଏକାଡେମୀର କୁନି କୁନି କଳାକାର ମାନେ ମଧ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ ଶିବ ନାରାୟଣ ସତପଥି ଓ ପ୍ରଫୁଲ୍ଲ ହୋତା ଦିପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ଏପରିକି ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଜୁହାର ପରିବାର ପକ୍ଷରୁ ସମ୍ବଲପୁରର କରାଯାଇଥିବା ଏହି କାର୍ଯ୍ୟକ୍ରମକୁ ଖୁବ ପ୍ରଂଶସା କରିଥିଲେ।