ବିପୁଳ ପରିମାଣର ମଦ ଜବତ। ତେବେ ଏ ମାମଲାରେ ଜଡିତ ଥିବା ୬ ବେପାରୀଙ୍କୁ ଗିରଫ କରିଛି ଅନୁଗୁଳ ପୋଲିସ। ଜବତ ହୋଇଥିବା ମଦର ବଜାର ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ତେବେ ବିପୁଳ ପରିମାଣର ମଦ କେଉଁଆଡେ ଚୋରା ଚାଲାଣ ହେଉଥିଲା ଏବଂ ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେ ନେଇ ତଦନ୍ତ କରୁଛି ପୋଲିସ।
ସୂଚନା ମୁତାବକ, ଅନୁଗୋଳ ଜିଲ୍ଲାର କିଶୋର ନଗର ଥାନା କୁମୁରସିଙ୍ଗା, ହଣ୍ଡପା,ଠାକୁରଗଡ ଓ ଆଠମଲ୍ଲିକରେ ମଦ କାରବାର ହେଉଥିବା ନେଇ ପୋଲିସ ନିକଟକୁ ଖବର ଆସିଥିଲା। ଏହାପରେ ଯୋଜନା ମୁତାବକ ପୋଲିସ ନିଜର ସମ୍ପୂର୍ଣ ଟିମ ସହିତ ମଦ କାରବାର ହେଉଥିବା ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ମଦ ଜବତ କରିଥିଲା। ତେବେ ଚଢାଉ ବେଳେ ମୋଟ ୪୦୦ ଲିଟର ମଦ ସହ ୨ଟି ଫ୍ରିଜର ଜବତ ହୋଇଛି। ଘଟଣାସ୍ଥଳରୁ ମଦ ଚୋରା ଚାଲାଣ କରୁଥିବା ୬ଜଣ ବେପାରୀଙ୍କୁ ଗିରଫ କରିଛି ପୋଲିସ। ଏପରିକି ଏ ମାମଲାକୁ ଅଧିକ ତଦନ୍ତ ମଧ୍ୟ ଆରମ୍ଭ କରିଛି ପୋଲିସ।