ଆଜି ସାଧାରଣ ନିର୍ବାଚନ ପାଇଁ ଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଅବସରରେ ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ବାଲୁକା କଳା ମାଧ୍ୟମରେ ସେ ମତଦାନ ସମ୍ପର୍କରେ ସାରା ଦେଶବାସୀଙ୍କୁ ସଚେତନ କରାଇଛନ୍ତି । ଏହି ବାଲୁକା କଳାରେ ମଧ୍ୟ DESH KA GARV ଏବଂ I VOTE FOR SUREର ଲେଖା ଲେଖିଛନ୍ତି । ଏହି ସୁନ୍ଦର ବାଲୁକା କଳାକୁ ଦେଖିବା ପାଇଁ ପ୍ରବଳ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଛି ।