କଟକ : ସୁରକ୍ଷା ପାଇଁ କଟକ ଡିସିପିଙ୍କୁ ଚିଠି ଲେଖିଛନ୍ତି ରେଭେନ୍ସା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ। କିଛି ଦିନ ହେବ ଆନ୍ଦୋଳନ ପାଇଁ କ୍ୟାମ୍ପସ୍ରେ ବିଭିନ୍ନ ସଂଗଠନ ଓ ଅଣଛାତ୍ର ପ୍ରବେଶ କରୁଛନ୍ତି। ଫଳରେ କ୍ୟାମ୍ପସ୍ରେ ଶୈକ୍ଷିକ ବାତାବରଣ ନଷ୍ଟ ହେଉଛି। ଏନେଇ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ସହ ଶୈକ୍ଷିକ ବାତାବରଣ ବଜାୟ ରଖିବାକୁ ଡିସିପି ଙ୍କୁ କର୍ତ୍ତୃପକ୍ଷ ନିବେଦନ କରିଛନ୍ତି। କଲେଜ କ୍ୟାମ୍ପସ୍ରେ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇବାକୁ ପ୍ରବେଶ ପଥ ଏବଂ କ୍ୟାମ୍ପସ୍ରେ ପୋଲିସ ମୁତୟନ ପାଇଁ ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଚିଠିରେ ଲେଖଛନ୍ତି।
ସୂଚନାଯୋଗ୍ୟ, ସ୍ବାୟତ୍ତ ଶାସନ ପାଳନ ଦିବସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ସା ନାଁ ପରିବର୍ତ୍ତନ ନେଇ ବ୍ୟକ୍ତିଗତ ମତ ରଖିଥିଲେ । ତେବେ ଏହାପର ଠାରୁ ଏହାକୁ ନେଇ ରାଜ୍ୟ ରାଜନୀତି ବେଶ୍ ସରଗରମ ହେବା ସହ ବିବାଦ ଲାଗିରହିଛି।