ବିଜେଡିରୁ ଇସ୍ତଫା ଦେଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ସହିତ ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ସେ ନିଜର ଇସ୍ତଫାପତ୍ର ପଠାଇଛନ୍ତି। ତେବେ ସମ୍ବଲପୁରରୁ ଟିକେଟ ମିଳିବା ନେଇ ସେ ଆଶାୟୀ ଥିଲେ। ହେଲେ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ରାସେଶ୍ୱରୀ ବିଜେଡିରୁ ଇସ୍ତଫା ଦେଇଛନ୍ତି।
ସୂଚନା ଅନୁସାରେ, ସମ୍ବଲପୁରର ପୂର୍ବତନ ବିଧାୟିକା ହେଉଛନ୍ତି ରାସେଶ୍ୱରୀ ପାଣିଗ୍ରାହୀ। ପୁନର୍ବାର ସମ୍ବଲପୁରରୁ ଟିକେଟ ପାଇ ବିଧାୟିକା ପାର୍ଥି ଭାବେ ଲଢ଼ିବା ପାଇଁ ସେ ଆଶାୟୀ ଥିଲେ। ହେଲେ ଦଳ ତାଙ୍କୁ ଟିକେଟ ଦେବା ପରିବର୍ତ୍ତେ ପ୍ରଥମେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଥିଲା। ଏହାପରେ ଏଠାରେ ପ୍ରାର୍ଥୀ ପରିବର୍ତ୍ତନ କରି ରୋହିତ ପୂଜାରୀଙ୍କୁ ଦଳ ପ୍ରାର୍ଥୀ କରିଥିଲା। ଯାହାକୁ ନେଇ ରାସେଶ୍ୱରୀଙ୍କ ସମର୍ଥକ ମଧ୍ୟରେ ଅସନ୍ତୁଷ୍ଟ ଥିଲେ। ଏପରିକି ରାସେଶ୍ୱରୀଙ୍କୁ ଟିକେଟ ଦେବା ନେଇ ଦଳୀୟ ସୁପ୍ରିମୋ ପୁନଃବିଚାର କରିବା ଆବଶ୍ୟକ ବୋଲି କହିଥିଲେ। କିନ୍ତୁ ପ୍ରାର୍ଥୀ ପରିବର୍ତ୍ତନ ନେଇ କୌଣସି ସଂକେତ ନ ମିଳିବାରୁ ରାସେଶ୍ୱରୀ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଏପରିକି ସେ ସାମ୍ବାଦିକ ସମ୍ମିଳନୀ କରି ଇସ୍ତଫା ଦେବାର ମୁଖ୍ୟ କାରଣ କହିଛନ୍ତି।