ରାବଣ ବଧ ସହ ଅନ୍ତ ହେଲା ରାମଲୀଳା । ରାମନବମୀ ଅବସରରେ ରାଜ୍ୟର ଅନେକ ସ୍ଥାନରେ ରାମଲୀଳା ଆରମ୍ଭ ହୋଇଥିଲା । ଏହାରି ମଧ୍ୟରେ ବୌଦ୍ଧ ଜିଲ୍ଲାର ପୁରପଲ୍ଲୀରେ ରାମନବମୀ ଅବସରରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ରାମଲୀଳା ଅନୁଷ୍ଠିତ ହୋଇଯାଇଛି l କିଛି ସ୍ଥାନରେ ରାବଣ ନିଧନ ସହ ରାମଲୀଳାର ପରିସମପ୍ତି ହୋଇଅଛି l ବୌଦ୍ଧ ଜିଲ୍ଲା ବାମଣ୍ଡା ଓ ସରସରାଠାରେ ପ୍ରଭୁ ରାଜୀବ ଲୋଚନ ଶ୍ରୀରାମଚନ୍ଦ୍ରଙ୍କ ପରମ ଭକ୍ତ ଶ୍ରୀ ତୁଳସିଦାସଙ୍କ ରଚିତ ଶ୍ରୀ ରାମଚରିତ ମାନସ ପାଠ କରାଯାଇଥିଲl l ପ୍ରଚଣ୍ଡ ଗରମ ଓ ଗୁଳୁଗୁଳିକୁ ଭ୍ରୁକ୍ଷେପ ନକରି ଶହ ଶହ ଭକ୍ତ ଶ୍ରୀ ରାମରସ ପାନ କରି ନିଜକୁ କୃତକୃତ୍ୟ ମନେ କରିଥଲେ l
ଚୈତ୍ର ଶ୍ରୀରାମ ନବମୀରେ ଶୁଭାରମ୍ଭ ହୋଇଥିବା ରମଲିଲାର ଅନ୍ତିମ ଦିବସରେ ରlମରlବଣ ସମର ଶୋଭାଯାତ୍ରା ଅନୁଷ୍ଠିତ ହୋଇଥଲା l ଗୋଟିଏ ଦିଗରୁ ପ୍ରଭୁ ଶ୍ରୀରାମ, ଭ୍ରାତା ଲକ୍ଷ୍ମଣ, ଭକ୍ତ ଶ୍ରୀହନୁମାନ,ବିଭୀଷଣ,କିସ୍କିନ୍ଧ୍ୟାଧିପତି ସୁଗ୍ରୀବ ଆଦି ରଥାରୂଢ଼ ହୋଇଥିବା ବେଳେ ଅନ୍ୟ ପଟୁ ଅନ୍ୟାୟୀ, ଅଧର୍ମୀ ରାବଣ ତାର ଦୈତ୍ୟଦଳଙ୍କ ସହିତ ଯୁଦ୍ଧ କରିବାକୁ ଅଗ୍ରସର ହୋଇଥିଲେ l ଶୋଭାଯାତ୍ରାରେ ବିଭିନ୍ନ ପ୍ରକାର ଆତସବାଜି ଏହି ସମର ଶୋଭାଯାତ୍ରାକୁ ଅତୀବ ଆକର୍ଷଣୀୟ କରିଥିଲା l ହଜାର ହଜାର ରlମ ପ୍ରେମୀ ଦର୍ଶକ ଏହି ଶୋଭାଯାତ୍ରାକୁ ଉପଭୋଗ କରିଥଲେ l ଜୟ ରାମ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା ସାରା ଅଞ୍ଚଳ ।
ରାତ୍ରର ଅନ୍ତିମ ପ୍ରହରରେ ରଙ୍ଗୀନ ମଞ୍ଚରେ ଅନୁଷ୍ଠିତ ହୋଇଥଲା ପରମର ପରମ ରଘୂପତି ଶ୍ରୀ ରାମଚନ୍ଦ୍ର ଓ ରାବଣଙ୍କ ମଧ୍ୟରେ ପ୍ରବଳ ସଂଗ୍ରାମ l ଅନ୍ୟାୟ, ଅଧର୍ମ, ଅତ୍ୟାଚାର, ଅନାଚlରର ପ୍ରତୀକ ଦଶାନନ ରାବଣକୁ ପ୍ରଭୂ ଶ୍ରୀ ବିଷ୍ଣୁବତାର ଶ୍ରୀ ରାମ ବଧ କରିବାର ଦୃଶ୍ୟ ସମସ୍ତଙ୍କୁ ଭାବବିଭୋର କରି ଦେଇଥିଲା l ଯୁଗେ ଯୁଗେ ଯେ ଅନ୍ୟୟୀ ଅତ୍ୟାଚାରୀ ମାନଂକ ନାଶ ହୋଇଥାଏ ରାମଲୀଳା ତାହାର ଏକ ଝଲକ l