ସ୍କୁଲ ଖୋଲିବା ଦାବିରେ ବିଇଓ ଅଫିସ ଘେରାଉ କଲେ ଅଭିଭାବକ। ତେବେ ଅଭିଭାବକମାନେ ଦୀର୍ଘ ଘଣ୍ଟା ଧରି ବିଇଓ ଅଫିସ ଆଗରେ ଧାରଣା ଦେଇଥିଲେ। ସେମାନଙ୍କର ଦାବି ପୂରଣ ହୋଉ ବୋଲି ସେମାନେ ଉଚ୍ଚ ସ୍ୱରରେ ଆନ୍ଦୋଳନ କରିଥିଲେ। ତେବେ ସେମାନଙ୍କର ଦାବିକୁ ନେଇ ବୀଇଓ କମଲୋଚନ ବିଶ୍ୱାଳ କହିଛନ୍ତି ଯେ କୋର୍ଟର ରାୟ ପରେ ସ୍କୂଲ ଖୋଲିବା ପାଇଁ ନିଷ୍ପତି ନିଆଯିବ।
ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ନେତ୍ରମୋହନ ମଇ ବିଦ୍ୟାଳୟ ୧୯୮୬ ମସିହାରେ ପ୍ରତିଷ୍ଠା ହୋଇଥିଲା। ଚଳିତ ବର୍ଷ ଷଷ୍ଠରେ ୨୪ ଏବଂ ସପ୍ତମରେ ୧୭ ଛାତ୍ର ଛାତ୍ରୀ ପାଠ ପଢୁଥିଲେ। ତେବେ ଏହି ସ୍କୁଲଟି ଅନୁଦାନ ପ୍ରାପ୍ତ ସ୍କୁଲ ଯୋଗୁ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଅବସର ନେବା ପରେ କେବଳ ଡେପୁଟେନରେ ଦୁଇ ଜଣ ଶିକ୍ଷକଙ୍କୁ ନେଇ ଶିକ୍ଷାଦାନ କରାଯାଉଥିଲା।
ଏବେ ସରକାର ସ୍କୁଲ ବନ୍ଦ ପାଇଁ ନିର୍ଦେଶ ନିର୍ଦେଶ ଦେଇଛନ୍ତି। ହେଲେ ଏହି ନିର୍ଦେଶକୁ ବାତିଲ କରି ସ୍କୁଲ ଖୋଲିବା ଦାବିରେ ଗେଟରେ ତାଲା ପକାଇ ଗତ ଏପ୍ରିଲ ୮ ତାରିଖରେ ଧାରଣାରେ ବସିଥିଲେ ଅଭିଭାବକ। କିନ୍ତୁ ବହୁ ବିଳମ୍ବ ପରେ ମଧ୍ୟ ସ୍କୁଲ ନ ଖୋଲିବା ଯୋଗୁ ଅଭିଭାବକ ମାନେ ପୁଣି ହାଇକୋର୍ଟରେ ଏକ ମାମଲା ଦାୟର କରିଥିଲେ ଅଭିଭାବକ। ଏ ସମ୍ପର୍କରେ ଭୋଗରାଇ ବୀଇଓ କମଲୋଚନ ବିଶ୍ୱାଳ କହିଛନ୍ତି କୋର୍ଟରେ ମାମଲା ଅଛି ତେଣୁ ଆସନ୍ତା ଦୁଇ ତାରିଖରେ ତଥ୍ୟ ପ୍ରଦାନ ପରେ ୬ ରେ କୋର୍ଟ ରାୟ ଆସିବା ପରେ ସ୍କୂଲ ଖୋଲିବା ପାଇଁ ନିଷ୍ପତି ନିଆଯିବ।