ଶ୍ରୀଲଙ୍କାରେ ଚମକିଲେ ଓଡିଆ ପୁଅ । ଆନ୍ତର୍ଜାତୀୟ ଖେଳକୁଦରେ ପାରଳାଖେମୁଣ୍ଡିର କିଶୋର ଚନ୍ଦ୍ର ରଥ ସାଫଲ୍ୟ ହୋଇଛନ୍ତି । ଯାହା ଆମ ଦେଶ ପାଇଁ ଗୈାରବ ସାଜିଛି । ଆଉ ବୟସର ଅପରାହ୍ନରେ ପହଂଚିଥିଲେ ମଧ୍ୟ ସେ ହାର ମାନିନାହାନ୍ତି । ତେବେ ଶ୍ରୀଲଙ୍କା –ଭାରତର s.b.k.f ଖେଳ ସଂସ୍ଥା ତରଫରୁ ଶ୍ରୀଲଙ୍କାର କଲମ୍ବୋ ଠାରେ ଏକ ମାଷ୍ଟର ଆଥଲେଟିକ ଗେମ ୨୦୨୪ ଆୟୋଜିତ ହୋଇଥିଲା । ଯାହାକି ଚଳିତ ମାସ ୪ ତାରିଖରୁ ଆରମ୍ଭ ହୋଇ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଆଉ ଏହି ଖେଳ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ପାରଳାଖେମୁଣ୍ଡିର କିଶୋର ଚନ୍ଦ୍ର ରଥ ଅଂଶ ଗ୍ରହଣ କରି ତିନୋଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ୧୦୦ ମିଟର ଦୈାଡ , ଲଙ୍ଗ ଜମ୍ପ, ତ୍ରିପଲ ଜମ୍ପରେ ସେ ସ୍ୱର୍ଣ୍ଣ ପଦକ ହାସଲ କରି ସେ ରାଜ୍ୟ ତଥା ଦେଶ ପାଇଁ ଗୈାରବ ଆଣିଛନ୍ତି । ଏବଂ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ society for the we I fare of weaker sections ଆର୍ଥିକ ସହାୟତା ପ୍ରଦାନ କରିଥିବାରୁ ଶ୍ରୀ ରଥ ସଂସ୍ଥା ର ସଭାପତି ଡଃ ଜଗନ୍ନାଥ ରାଜୁ, ଏବଂ ପାରଳା ର ବିଶିଷ୍ଟ ନାଟ୍ୟକାର ଶ୍ରୀ ଦେବେନ୍ଦ୍ର ଦାସ, ଭରତ ଭୂଷଣ ମହାନ୍ତି,ଦିପକ ମହାନ୍ତି, ଲକ୍ଷ୍ମୀ ଦାସ, ବାଲାଜୀ ବରାଡ ପ୍ରଭୁତିଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।