କଣ୍ଟାମାଳରେ ଲାଗିଲା ମାଓ ସଂଗଠନ ପକ୍ଷରୁ ମାଓ ପୋଷ୍ଟର। ତେବେ କେକେବିଏନ ମାଓ ସଂଗଠନ ପକ୍ଷରୁ ଏହି ମାଓ ପୋଷ୍ଟର ଲଗାଯାଇଛି ଖବର ମିଳିଛି। ମାଓ ପୋଷ୍ଟରରେ ମାଓବାଦୀମାନେ ଆଗାମୀ ୨୦ ତାରିଖ ମଧ୍ୟରେ ୨୦ ଲକ୍ଷ ଟଙ୍କା ଦେବାକୁ ଦାବି କରିଛନ୍ତି। ତେବେ କଣ୍ଟାମାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ମାଓ ପୋଷ୍ଟରଟିକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲା ଥାନା ନାରାୟଣ ପ୍ରସାଦ ଗ୍ରାମ ପୋଖରୀ ହିଡ ଠାରେ ଲାଗିଲା ମାଓ ପୋଷ୍ଟର। ମାଓ ପୋଷ୍ଟରରେ ମାଓବାଦୀମାନେ ଆଗାମୀ ୨୦ ତାରିଖ ମଧ୍ୟରେ ୨୦ ଲକ୍ଷ ଟଙ୍କା ଦେବାକୁ ଦାବି କରିଛନ୍ତି। ପୋଖରୀ ବନ୍ଧ ଠାରେ ମାଓ ପୋଷ୍ଟର ଲାଗିଥିବା ନେଇ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏହାପରେ ଗ୍ରାମବାସୀମାନେ ତୁରନ୍ତ ଏ ନେଇ କଣ୍ଟାମାଳ ପୋଲିସକୁ ଖବର ଦେଇଥିଲେ। ତେବେ ଖବରପାଇ କଣ୍ଟାମାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ମାଓ ପୋଷ୍ଟରଟିକୁ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ଏପରିକି ଏ ଘଟଣା ବାବଦରେ ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ।