ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜ ନିଜ ମନ୍ଦିରକୁ ବାହୁଡ଼ିବେ। ପାଞ୍ଚ ଦିନର ଏହି ରଥଯାତ୍ରାରେ ଏଥର ପ୍ରଭୁ ଲିଙ୍ଗରାଜ ମାତ୍ର ୪୧ ଘଣ୍ଟା ମାଉସୀ ମା' ଘରେ ବିତାଇଛନ୍ତି। ତେବେ ଏହି ରୁକୁଣା ରଥର ଆଗମନରେ ରାମେଶ୍ବର ମନ୍ଦିରରେ ସ୍ଵତନ୍ତ୍ର ନିତିକାନ୍ତି ହୋଇଥିଲା। ରାମେଶ୍ବର ମନ୍ଦିରରେ ହୋମ, ଯଜ୍ଞ, ନାମ ସଂକୀର୍ତ୍ତନ ମହା ଆଡମ୍ବର ସହିତ ହୋଇଥିଲା। ତେବେ ଆଜି ସ୍ବଗୃହକୁ ଫେରିବେ ପ୍ରଭୁ ଲିଙ୍ଗରାଜ।
ସୂଚନା ଅନୁସାରେ , ଆଜି ନିଜ ମନ୍ଦିରକୁ ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ। ପ୍ରଭୁ ଲିଙ୍ଗରାଜ ନିଜ ରୁକୁଣା ରଥ ନେଇ ମାଉସୀ ମା' ଘରେ ପହଂଚିଥିଲେ। ଏବଂ ଦ୍ୱାଦଶୀ ତିଥିରେ ବାହୁଡା ଯାତ୍ରାରେ ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବାର ନୀତି ନିର୍ଘଣ୍ଟ କରାଯାଇଥିଲା। ସେହି ଅନୁସାରେ ଶ୍ରୀଜିଉଙ୍କ ବାହୁଡା ଯାତ୍ରା ନିମନ୍ତେ ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏଥିସହ ସମସ୍ତ ନୀତି ନିର୍ଘଣ୍ଟ ଚୁଡାନ୍ତ ହୋଇଛି। ସକାଳ ସାଢେ ୬ଟାରେ ମଙ୍ଗଳ ଆଳତୀ, ସାଢେ ୬ଟାରୁ ସାଢେ ୯ଟା ସାହାଣ ମେଲା ଦର୍ଶନ, ସାଢେ୮ଟା ମଧ୍ୟରେ ରୋଷ ହୋମ ଓ ପାକ କାର୍ଯ୍ୟ, ଛାମୁ ମହାସ୍ନାନ, ସୂର୍ଯ୍ୟପୂଜା ଓ ଦ୍ବାରପାଳ ପୂଜା ୧୦ଟାରେ , ଶ୍ରୀଜିଉଙ୍କ ବଲ୍ଲଭ, ଭୋଗ ମଣ୍ଡପ ସାଢେ୧୧ରୁ ସାଢେ୧୨ଟା, ପହଣ୍ଡି ପରେ ରଥଟଣା ସାଢେ୩ଟାରେ ଆରମ୍ଭ ହେବ।