୧୯୯୬ ବ୍ୟାଚ୍ର ବରିଷ୍ଠ ଆଇପିଏସ ଅଧିକାରୀ ସଞ୍ଜୟ ସିଂହ ଆଜି ସ୍ୱେଚ୍ଛାକୃତ ଅବସର ନେଇଛନ୍ତି। ତେବେ ତାଙ୍କ ସ୍ୱେଚ୍ଛାକୃତ ଅବସର ପାଇଁ ତାଙ୍କ ଆବେଦନକୁ ମଞ୍ଜୁର କରିଛନ୍ତି ରାଜ୍ୟ ଗୃହ ବିଭାଗ। ସଞ୍ଜୟ ସିଂହ ଏବେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଡେପୁଟି ଡିଜି ଭାବେ ଦାୟିତ୍ୱରେ ଥିଲେ। ଏପରିକି ସେ ପୋଲିସରେ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଥିଲେ। ସେ ଅନେକ ହାଇପ୍ରୋଫାଇଲ କେସ୍ର ଦାୟିତ୍ୱ ନେଇ ତାହାକୁ ସଠିକ ଭାବେ ସମାଧାନ କରିଛନ୍ତି। ତେବେ ୨୦୨୧ରେ ମସିହାରେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋରେ ଡେପୁଟି ଡାଇରେକ୍ଟର ଜେନେରାଲ ବା ଡିଡିଜି ପଦରେ ନିଯୁକ୍ତି ଦିଆଯାଇଥିଲା। ହେଲେ ଆଜି ସେ ସ୍ୱେଚ୍ଛାକୃତ ଅବସର ନିଷ୍ପତି ନେଇଥିଲେ ଯାହାକୁ ସମର୍ଥନ କରିଛି ରାଜ୍ୟ ଗୃହ ବିଭାଗ।