ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଘଟିଛି ଦୃଦୟ ବିଦାରକ ଘଟଣା। ପାରିବାରିକ କଳହରୁ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ। ଏହି ହତ୍ୟାକାଣ୍ଡରେ ସ୍ଵାମୀ ଓ ସଂପର୍କୀୟ ନାତିକୁ ଗିରଫ କରିଛି ପୋଲିସ। ତେବେ ଅଭିଯୁକ୍ତ ସ୍ୱାମୀ ପୋଲିସ ନିକଟରେ ନିଜର ସମସ୍ତ ଦୋଷକୁ ସ୍ୱୀକାର କରିଛି। ତେଣୁ ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ।
ସୂଚନା ଅନୁସାରେ, ପାରିବାରିକ କଳହରୁ ସ୍ତ୍ରୀକୁ ଅତି ନୃଶଂସ ଭାବେ ହତ୍ୟାକଲା ସ୍ୱାମୀ। ତେବେ ଏଭଳି ଅମାନୁଷିକ ଘଟଣା ବିଞ୍ଝାରପୁର ଥାନା ମଧୁସୂଦନପୁରରେ ଘଟିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ବିଦ୍ୟାଳୟ ଶୌଚାଳୟରୁ ମହିଳାଙ୍କ ମୃତଦେହ ଉଦ୍ଧାର ଆକରିଥିଲା। ତେବେ ଏହି ହତ୍ୟାରେ ମହିଳାଙ୍କ ସ୍ୱାମୀ ଏବଂ ସମ୍ପର୍କୀୟ ନାତିର ହାତ ଥିବା ପୋଲିସକୁ ସୂଚନା ମିଳିଥିଲା। ତେଣୁ ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ତେବେ ଅଭିଯୁକ୍ତ ଜଣଙ୍କ ହତ୍ୟାକାଣ୍ଡକୁ ଲୁଚାଇବା ପାଇଁ ବିଦ୍ୟାଳୟର ସୌଚାଳୟରେ ମୃତଦେହ ଲୁଚାଇଥିଲା। ତେବେ ପୋଲିସ ନିକଟରେ ଅଭିଯୁକ୍ତ ନିଜର ସମସ୍ତ ଦୋଷ ମାନିଥିବାରୁ ତାଙ୍କୁ କୋର୍ଟ ଚାଲାଣ କରିବା ସହିତ ଏହାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ।