ଝାରସୁଗୁଡା ଡଙ୍ଗାବୁଡ଼ି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଭାରତର ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଘଟଣାକୁ ମର୍ମାହତ ହୋଇ ନିଜ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି
"ଓଡ଼ିଶାର ଝାରସୁଗୁଡ଼ା ନିକଟରେ ମହାନଦୀରେ ନୌକାବୁଡ଼ି ହେବା ଯୋଗୁଁ ଅନେକ ଲୋକଙ୍କର ପ୍ରାଣହାନି ଘଟିଛି ଜାଣି ମୁଁ ଦୁଃଖିତ । ଶୋକସନ୍ତପ୍ତ ପରିବାରଗୁଡ଼ିକ ପ୍ରତି ମୁଁ ସମବେଦନା ଜ୍ଞାପନ କରୁଛି ।
ଏଥିସହ ନୌକାବୁଡ଼ିରେ ଆଘାତପ୍ରାପ୍ତ ଲୋକମାନଙ୍କର ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି ଶ୍ରୀମତୀ ମୁର୍ମୁ।