କଟକ : ଶୁକ୍ରବାର ଠାରୁ ଡମ୍ପିଂୟାର୍ଡ ବନ୍ଦ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ସତୀଚଉରା, ରଘୁନାଥଜୀଉ ମନ୍ଦିର ନିକଟ ଡମ୍ପିଂୟାର୍ଡ ବନ୍ଦ ନିର୍ଦ୍ଦେଶ ।ଡମ୍ପିଂୟାର୍ଡ ବନ୍ଦ ସହ ଜମା ଅଳିଆକୁ ୭ ଦିନରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଉ। ମାଇନର କମ୍ପୋଷ୍ଟ ସେଣ୍ଟର ମଧ୍ୟ ସହର ବାହାରକୁ ସ୍ଥାନାନ୍ତର ନିର୍ଦ୍ଦେଶ।କଟକ ସହର ସମସ୍ୟା ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣିରେ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।
ସୂଚନାଯୋଗ୍ୟ କଟକ ସହରରେ ଥିବା ୧୩ଟି ଡମ୍ପିଂୟାର୍ଡ ମଧ୍ୟରୁ ୨ଟି ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ତେଲେଙ୍ଗା ବଜାର ସ୍ଥିତ ରଘୁନାଥଜୀଉ ମନ୍ଦିର ପଛରେ ଥିବା ଏବଂ ସତୀଚଉରା ରେ ଥିବା ଡମ୍ପିଂୟାର୍ଡ ରେ ଶୁକ୍ରବାର ଠାରୁ ଆଉ ଆବର୍ଜନା ନପକାଇବା ଲାଗି ସିଏମସିକୁ ନିର୍ଦ୍ଦେଶ ହୋଇଛି । ଏହା ଯୋଗୁଁ ଜନଜୀବନ ଖୁବ୍ ପ୍ରଭାବିତ ହେଉଛି । ଏଥିରୁ ଉପୁଜୁଥିବା ଦୁର୍ଗନ୍ଧ କାରଣରୁ ସ୍ଥାନୀୟ ଲୋକଙ୍କ ସ୍ୱାସ୍ଥ୍ୟହାନୀ ହେଉଛି । ତେବେ ବିକଳ୍ପ ବ୍ୟବସ୍ଥା କରିବା ଲାଗି ସିଏମସି କର୍ତ୍ତୃପକ୍ଷ ମହଲତ ଲୋଡିଛନ୍ତି । ଯାହାକୁ ମଞ୍ଜୁରୀ ଦେଇଛନ୍ତି ହାଇକୋର୍ଟ ।