ଦିନକୁ ଦିନ ରେକର୍ଡ କରୁଛି ତାପମାତ୍ରା। ଉପର ମୁହାଁ ହେଉଛି ପାରଦ ।ଗତକାଲି ସର୍ବାଧିକ ତାପମାତ୍ରା ୪୪.୩ ଡିଗ୍ରୀ ସେଲସିୟସ ଥିବା ବେଳେ ଆଜି ୪୫ ଡିଗ୍ରୀ ଟପିଛି। ଆଜି ବୌଦ୍ଧ ଓ ବାରିପଦାରେ ତାତି ୪୫ ଡିଗ୍ରୀ ଟପିଛି। ଉଭୟ ବୌଦ୍ଧ ଓ ବାରିପଦା ତାପମାତ୍ରା ୪୫.୨ ଡିଗ୍ରୀ ରହିଛି। ଗତକାଲି ପରି ଆଜି ମଧ୍ଯ ସବୁଠୁ ଉତ୍ତପ୍ତ ସହର ପାଲଟିଛି ବୌଦ୍ଧ।
ଆଜି ଦିନ ସାଢ଼େ ୨ଟା ସୁଦ୍ଧା ୪୩ ଟପିଥିଲା ତାତି। ସାଢ଼େ ୨ଟା ସୁଦ୍ଧା କେନ୍ଦୁଝର ସର୍ବାଧିକ ୪୩.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା।
ସେହିପରି ଝାରସୁଗୁଡ଼ା ୪୩.୨, ସମ୍ବଲପୁର ୪୨.୭, ରାଉରକେଲା ୪୨.୬ ଡିଗ୍ରୀ, ହୀରାକୁଦ ୪୨.୬, ଚାନ୍ଦବାଲି ୪୧.୪ଡିଗ୍ରୀ, ରାଜଧାନୀ ଭୁବନେଶ୍ୱରରେ ୪୦.୫ ଡିଗ୍ରୀ ତାପମାତ୍ରା ରହିଥିଲା।
ପାଣିପାଗ ସୂଚନା ଅନୁସାରେ ପରବର୍ତ୍ତୀ ୩ ଦିନ ମଧ୍ୟରେ ପଶ୍ଚିମା-ଝଡ଼ ଦ୍ୱାରା କାଳବୈଶାଖୀ ବର୍ଷା ହୋଇପାରେ । ଦିନର ତାପମାତ୍ରା ୨ ରୁ ୩ ଡିଗ୍ରୀ ଯାଏଁ ହ୍ରାସ ଘଟିବ। ପରେ ପୁଣି ପାରଦ ବଢ଼ିବା ସହ ଗରମ ଏବଂ ଅସହ୍ୟ ଗୁଳୁଗୁଳି ହେବାର ଆଶଙ୍କା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।