ବୌଦ୍ଧ ସହରର ମହାନଦୀ ମଧ୍ୟସ୍ଥ ସିଦ୍ଧ ହନୁମାନ ମନ୍ଦିର ପ୍ରାଙ୍ଗଣରେ ହନୁମାନ ଜୟନ୍ତୀ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରଭାତରୁ ମନ୍ଦିରରେ ଧ୍ୱଜା ରୋପଣ ପରେ ବ୍ରତଧାରୀ ମହିଳା ମାନେ ଶୁଭ କଳସ ଧରି ସହର ପରିକ୍ରମା କରି ପୂଜା ସ୍ଥଳରେ କଳସ ସ୍ଥାପନ କରି ସାମୁହିକ ୧୦୮ଥର ହନୁମାନ ଚାଳିଶା ପାଠ କରିଛନ୍ତି। ଅପରାହ୍ନରୁ ସାନ୍ଧ୍ୟ ପର୍ଯ୍ୟନ୍ତ ବିଶ୍ୱ ଶାନ୍ତି ହୋମ ଯଜ୍ଞ, ସତସଙ୍ଗ ଓ ନାମ ସଂକୀର୍ତନ ସହିତ ସମସ୍ତ ପୂଜା ସମ୍ପୂର୍ଣ ରୀତିନୀତିରେ ସମ୍ପର୍ଣ ହୋଇଥିଲା।
ଏହି ପୁଣ୍ୟ ଅବସରରେ ସିଦ୍ଧ ହନୁମାନ ମନ୍ଦିର ପ୍ରାଙ୍ଗଣରେ ପୂଜାର ଆୟୋଜନ କରିଥିବା ସମସ୍ତ କର୍ମକର୍ତ୍ତାଙ୍କ ସମେତ ସହରର ହଜାର ହଜାର ଭକ୍ତ ଏବଂ ଶ୍ରଦ୍ଧାଳୁ ସେଠାରେ ସାମିଲ ହୋଇଥିଲେ। ବୋର୍ଡର ସଭାପତି କୃତ୍ତିବାସ ପଲିଆ,ଉପସଭାପତି ଶଙ୍କର ସାହୁ, ସମ୍ପାଦକ ସରୋଜ କୁମାର ସାହୁ, ସହସମ୍ପାଦକ ରାଜ କୁମାର ସାହୁ, କୋଷାଧକ୍ଷ ରାଧେଶ୍ୱାମ ସାହୁ ଆଦି ଅନେକ କର୍ମକର୍ତ୍ତାମାନେ ପୂଜା କାର୍ଯ୍ୟ ତୁଳାଇ ଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ଅନ୍ୟାନ୍ୟ ସଦସ୍ୟମାନେ ସଠିକ ଭାବରେ ପରିଚାଳନା କରିଥିଲେ।