୨୦୨୪ ସାଧାରଣ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆରମ୍ଭ ହୋଇଯାଇଛି ନାମାଙ୍କନ ପ୍ରକ୍ରିୟା । ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ପଞ୍ଚମ ଦିନରେ ପ୍ରାର୍ଥୀପତ୍ର ଦାଖଲ କଲେ ନବରଙ୍ଗପୁରର ପ୍ରତିଦ୍ବନ୍ଦି ପ୍ରାର୍ଥୀ । ସୋମବାର ୬ ଜଣ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ନିର୍ବାଚନ ପରିଚାଳନା ଦାୟିତ୍ବରେ ଥିବା ରିଟର୍ଣ୍ଣିଙ୍ଗ ଅଧିକାରୀ ନିକଟରେ ଦାଖଲ କରିଥିଲେ । ସେମାନଙ୍କ ମଧ୍ୟରୁ ବିଜେପିରୁ ସର୍ବାଧିକ ୩ ଜଣ, ବିଜେଡି, କଂଗ୍ରେସ ଓ ସିପିଆଇ ଦଳ ତରଫରୁ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ଭରିଥିଲେ । ନାମାଙ୍କନର ଚତୁର୍ଥ ଦିନରେ ବିଜେଡି ପକ୍ଷରୁ ନବରଙ୍ଗପୁର ଲୋକସଭା ଆସନ ପ୍ରାର୍ଥୀ ପ୍ରଦୀପ ମାଝୀ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ନବରଙ୍ଗପୁର ଲୋକସଭା ନିର୍ବଚନ ମଣ୍ଡଳୀର ରିଟର୍ନିଙ୍ଗ ଅଫିସର ତଥା ଜିଲ୍ଲପାଳ ଡଃ କାମଳ ଲୋଚନ ମିଶ୍ରଙ୍କ ନିକଟରେ ସେ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।
ସେହିପରି, ଉମରକୋଟ ବିଧାନସଭା ଆସନ ପାଇଁ ବିଜେପିର ନିତ୍ୟାନନ୍ଦ ଗଣ୍ଡ ମଧ୍ୟ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ । ବିଧାୟକ ଶ୍ରୀ ଗଣ୍ଡ ଉମରକୋଟ ବିଧାନସଭା ଆସନର ରିଟର୍ନିଂ ଅଫିସର ତଥା ଅତିରିକ୍ତ ଜିଲ୍ଲପାଳ ନବୀନ ନାୟକଙ୍କ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ଡାବୁ ଗାଁ ବିଧାନସଭା ନିର୍ବଚନ ମଣ୍ଡଳୀ ପାଇଁ ବିଜେପିର ସୋମନାଥ ପୂଜାରୀ ଡାବୁ ଗାଁ ବିଧାନସଭା ଆସନ ପାଇଁ ରିଟର୍ନିଂ ଅଫିସର ତଥା ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ନିକଟରେ ନିଜ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।
ଝରୀଗାଁ ବିଧାନସଭା ଆସନ ପାଇଁ ବିଜେପି ର ନରସିଂହ ଭତରା ମଧ୍ୟ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଝରୀଗାଁ ବିଧାନସଭା ପାଇଁ ରିଟର୍ନିଂ ଅଫିସର ତଥା ଅତିରିକ୍ତ ଜିଲ୍ଲପାଳ ମହେଶ୍ୱର ନାୟକଙ୍କ ନିକଟରେ ସେ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଝରୀଗାଁ ବିଧାନସଭା ଆସନ କଂଗ୍ରେସ ପ୍ରାର୍ଥୀନୀ ହାରାବତି ଗଣ୍ଡ ମଧ୍ୟ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସିପିଆଇ ଦଳରୁ ତ୍ରିନାଥ ମୁଣ୍ଡା ଗୁଡ଼ିଆ ପ୍ରାର୍ଥୀ ରୂପେ ନବରଙ୍ଗପୁର ଲୋକସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସେ ନବରଙ୍ଗପୁର ଆସି ରିଟର୍ନିଙ୍ଗ ଅଫିସର ଙ୍କ ନିକଟରେ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।
ଅଧିକ ପଢ଼ନ୍ତୁ : ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଛଅଟି ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା