କରୋନା ମୁକାବିଲାରେ ପଶ୍ଚିମ ଓଡିଶାର ସ୍ବାସ୍ଥ୍ୟସେବା ମଜବୁତ କରିବା ପାଇଁ ଆଉ 25 ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Khabar Odisha:CM-announces-25-more-assistance-to-strengthen-health-care-in-western-Odisha

ଭୁବନେଶ୍ୱର, ଜୁନ୍ 11(ଖବର ଓଡ଼ିଶା): କରୋନାର ଦ୍ବିତୀୟ ଲହରରେ ସମଗ୍ର ଦେଶରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଓଡ଼ିଶାର ପଶ୍ଚିମାଞ୍ଚଳ ଜିଲ୍ଲାରେ କରୋନା ଦ୍ବିତୀୟ ଲହରୀର ଆରମ୍ଭରୁ ହିଁ ତାର କାୟା ବିସ୍ତାର କରିଥିଲା। ତେବେ ଆଜି ପଶ୍ଚିମ ଓଡିଶାର ସ୍ବାସ୍ଥ୍ୟସେବା ମଜବୁତ କରିବା ପାଇଁ କୋଭିଡରୁ ପ୍ରତିଟି ଜୀବନ ସୁରକ୍ଷିତ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶା ପାଇଁ ୨୫ କୋଟିର ସ୍ୱତନ୍ତ୍ର ସହାୟତା ଘୋଷଣା କରିଛନ୍ତି। ଏଥିସହ ଅଞ୍ଚଳବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ହୋଇଥିବା ଅତ୍ୟାଧୁନିକ ଚିକିତ୍ସା ଉପକରଣର ଲୋକାର୍ପଣ କରିଛନ୍ତି।

ପୂର୍ବରୁ ଗତମାସରେ ୨୫ କୋଟିରେ ବରଗଡ, ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର, ସୁନ୍ଦରଗଡ, ନୂଆପଡା, ଝାରସୁଗୁଡା, ବୌଦ, ସୁବର୍ଣ୍ଣପୁର, ଦେବଗଡ ଓ ଅନୁଗୁଳରେ ସମସ୍ତ ଜରୁରୀକାଳୀନ କୋଭିଡ ଉପକରଣ କିଣା ଯାଇଛି। ଏହି ଅତିରିକ୍ତ ଅର୍ଥ ବ୍ୟବସ୍ଥା ଦ୍ବାରା କରୋନା ଭିତ୍ତିଭୂମି ଆହୁରି ସୁଦୃଢ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।

  • Tags:

Subscribe

National International State Sports Entertainment