ରାଜ୍ୟକୁ ପୁଣି ଫେରିଲା ତାତି । ୪୫ ଡିଗ୍ରୀ ଟପିଲା ଦିନର ତାପମାତ୍ରା । ଏକ୍ସରେ ପୋଷ୍ଟ କଲେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ । ତେବେ କିଛି ଦିନର ବ୍ୟବଧାନ ପରେ ପୁଣି ୪୫ ଡିଗ୍ରୀ ଡେଇଁଛି ତାତି । ୪୫.୯ ଡିଗ୍ରୀ ସହ ଆଜି ବୌଦ୍ଧ ରାଜ୍ୟ ସର୍ବାଧିକ ଉତପ୍ତ ସହର । ବୌଦ୍ଧ ସହ ରାଜ୍ୟର ୩ଟି ସହର ୪୫ ଡିଗ୍ରୀ ଟପିଛି । ସୋନପୁର ୪୫.୩ ଡିଗ୍ରୀ ରହିଥିବାବେଳେ ଟିଟଲାଗଡରେ ୪୫ ଡିଗ୍ରୀ ରହିଛି ତାପମାତ୍ରା । ତେବେ ଆଗକୁ ୩ରୁ ୫ ଡିଗ୍ରୀ ଯାଏ ବଢ଼ିପାରେ ଦିନ ତାପମାତ୍ରା। ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ବାତ୍ୟା ରେମାଲର ପ୍ରଭାବ ହ୍ରାସ ହେବାପରେ ରାଜ୍ୟରେ ପାଗରେ ପରିବର୍ତ୍ତନ ଆସିଛି। ଆଜିଠୁ ୩ରୁ ୪ ଦିନ ପର୍ୟ୍ୟନ୍ତ ଦିନ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଉପକୂଳବର୍ତ୍ତୀ ଅଧିକାଂଶ ସ୍ଥାନରେ ତାପମାତ୍ରା ବିଶେଷ ଅଧିକ ରହୁ ନଥିବା ବେଳେ ଆର୍ଦ୍ରତା ଅଧିକ ରହୁଥିବାରୁ ଗୁଳୁଗୁଳି ହେଉଛି।ଅନ୍ୟପକ୍ଷରେ ଆସନ୍ତା ୪ ଦିନ ଭିତରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚମ ମୌସୁମୀ ବାୟୁ। ସ୍ଥିତି ଅନୁକୂଳ ଥିବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଏଥର ଦେଶରେ ମୌସୁମୀ ବର୍ଷା ସ୍ୱାଭାବିକଠାରୁ ଅଧିକ ରହିବ।
ଅଧିକ ପଢନ୍ତୁ : ପ୍ରଚାର ପରେ ୨୪ ଘଣ୍ଟା ଧ୍ୟାନରେ ବସିବେ ମୋଦି