ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକି ରହିଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ମନେ ଗାଁ ଗାଁ ବୁଲି ଲୋକଙ୍କ ପାଖକୁ ପହଞ୍ଚିବା ସହ ବୈଠକ କରି ମହିଳା ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଚଳାଇଛନ୍ତି ପ୍ରୟାସ। ତେବେ ବିଜେପି ପକ୍ଷରୁ ସୁନ୍ଦରଗଡ ସଦର ବ୍ଲକ ଅନ୍ତର୍ଗତ ମଝପଡା ମେଢେଶ୍ୱର୍ ମନ୍ଦିର ପରିସରରେ ବିଜେପି ପକ୍ଷରୁ ଏକ ବିଶାଳ ମହିଳା ସମାବେଶର ଆୟୋଜନ ହୋଇଥିଲା। ଏହି ସମାବେଶରେ ବିଜେପି ପ୍ରାର୍ଥୀନୀ କୁସୁମ ଟେଟେ ଯୋଗଦେଇ କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକ ମହିଳାମାନଙ୍କ ସମ୍ମୁଖରେ ଉପସ୍ଥାପନା କରିଥିଲେ।
କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକ ଲୋକଙ୍କ ପାଖରେ ପହଞ୍ଚାଇବାରେ କିଭଳି ଭାବରେ ରାଜ୍ୟ ସରକାର ବାଧା ଦେଉଛନ୍ତି ତାହା ଉପସ୍ଥିତ ମହିଳା ମାନଙ୍କୁ ଅବଗତ କରାଇଥିଲେ କୁସୁମ ଟେଟେ। ପଚିଶ ବର୍ଷର ବିଜେଡି ସରକାରରେ ଆଜି ବି ଲୋକଙ୍କ ପାଖରେ ସୁଦ୍ଧ ପାଣି ଟୋପାଏ ପହଂଚି ପାରି ନାହିଁ। କେନ୍ଦ୍ର ନଅ ଲକ୍ଷ ଆବାସ ଯୋଜନା ଦେଇଥିବା ବେଳେ ରାଜ୍ୟ ସରକାର କାହିଁକି ହିତାଧିକାରୀଙ୍କୁ ନଦେଇ କେନ୍ଦ୍ରକୁ ଫେରାଇ ଦେଇଛନ୍ତି ତାହା ଜଣାପଡ଼ୁନାହିଁ। ଏଭଳି ଅନେକ ଯୋଜନାରେ ରାଜ୍ୟ ସରକାର ବାଧା ସୃଷ୍ଟି କରୁଥିବା ନେଇ ମହିଳାମାନଙ୍କ ସହ ଚର୍ଚା କରି ବୁଝାଇ ଥିଲେ କୁସୁମ ଟେଟେ। ତେଣୁ ଆଗାମୀ ଦିନରେ କେନ୍ଦ୍ରର ପ୍ରତ୍ୟକ ଯୋଜନା ଗୁଡିକ ସଠିକ ଭାବରେ ପାଇବାକୁ ହେଲେ ଆଗାମୀ ଦିନରେ ଓଡ଼ିଶାରେ ବିଜେପି ସରକାର ଗଠନ ଜରୁରୀ କହି ବିଜେପି ପାଇଁ ଭୋଟ ମାଗିଛନ୍ତି କୁସୁମ ଟେଟେ।