ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଘଟିଲା ଅଘଟଣ। ଦଶାହ କର୍ମ ଚାଲିଥିବାବେଳେ ୨ ଭାଇଙ୍କ ପାଣିରେ ଗଲା ଜୀବନ । ଉଭୟ ହେଲେ ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡିର ରାଜ କିଶୋର ତ୍ରିପାଠୀଓ ତାଙ୍କ ଭାଇ ନଳିନୀକାନ୍ତ ତ୍ରିପାଠୀ ।
ସୂଚନା ଅନୁଯାୟୀ ରାଜ ୪ ଦିନ ତଳୁ ରାଜକିଶୋର ଓ ନଳିନୀକାନ୍ତ ଏବଂ ଉଭୟଙ୍କ ପରିବାର ଲୋକେ ପୁରୀ ଆସିଥିଲେ। ଚୁଡ଼ାପଟି ଗଳି ସ୍ଥିତ ଶ୍ରୀକୃଷ୍ଣ ଚୈତନ୍ୟ ଆଶ୍ରମରେ ସେମାନେ ରହିଥିଲେ। ମଙ୍ଗଳବାର ପୂର୍ବାହ୍ନରେ ସେମାନେ ନରେନ୍ଦ୍ର ପୁଷ୍କରିଣୀ ଯାଇଥିଲେ। ଦୁଇ ଭାଇ ପାଣିରେ ସ୍ନାନ କରୁଥିବା ବେଳେ ଦୁଇ ଭାଇ ପାଣିରେ ବୁଡ଼ି ଯାଇଥିଲେ। ସେମାନଙ୍କୁ ନପାଇ ପରିବାର ଲୋକେ କୁମ୍ଭାରପଡ଼ା ଥାନାରେ ଜଣାଇଥିଲେ । ଏହାପରେ ଅଗ୍ନିଶମ ବାହିନୀ ନରେନ୍ଦ୍ର ପୁଷ୍କରିଣୀରେ ଖୋଜାଖୋଜି କରିଥିଲେ । ଶେଷରେ ପାଣିରେ ବୁଡ଼ିଥିବା ଅବସ୍ଥାରେ ଦୁହିଁଙ୍କୁ ପାଇଥିଲେ ଅଗ୍ନିଶମ ବାହିନୀ । ନିସ୍ତେଜ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ କୁମ୍ଭାରପଡ଼ା ଥାନା ପୋଲିସ ଶବ ବ୍ୟବଛେଦ ପାଇଁ ମେଡ଼ିକାଲକୁ ପଠାଇଛି ।ଘଟଣା ପରେ ହସ୍ପିଟାଲରେ ଶୋକାକୁଳ ପରିବେଶ ଲାଗି ରହିଛି।