ବାଲେଶ୍ୱର ଜିଲ୍ଲାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ ଓ ବାଇକର ମୁହାଁମୁହିଁ ଧକ୍କା ଫଳରେ ଜଣେ ମୃତ ହୋଇଥିବାବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ, ବାଲେଶ୍ଵର ଜିଲ୍ଲା ଜଳେଶ୍ଵର-ଚନ୍ଦନେଶ୍ଵରର ମୁଖ୍ୟ ରାସ୍ତାରେ ଘଟିଛି ଏଇ ଦୁର୍ଘଟଣା । ଆଜି ସକାଳେ ଏକ ଯାତ୍ରୀବାହୀ ବସ ବ୍ରହ୍ମପୁରରୁ ଚନ୍ଦନେଶ୍ୱର ଅଭିମୁଖେ ଯାତ୍ରା କରୁଥିବା ସମୟରେ ଜଳେଶ୍ୱର ଅଭିମୁଖେ ଯାଉଥିବା ବାଇକ ଚାଳକଙ୍କ ସହିତ ବସର ମୁହାଁମୁହିଁ ଧକ୍କା ହୋଇଥିଲା। ଆଉ ଏହି ଦୁର୍ଘଟଣାରେ ଦୁଇ ବାଇକ ଚାଳକ ଗୁରୁତର ଆହତ ହୋଇଥିଲେ ।
ସ୍ଥାନୀୟ ଲୋକ ଦୁଇ ଜଣ ଗୁରୁତର ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ । ଭର୍ତ୍ତି କରିସାରିବା ପରେ ମେଡିକାଲରେ ଡାକ୍ତର ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା କରାଯାଉଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ସ୍ଥାନୀୟ ଲୋକଙ୍କୁ ମଧ୍ୟ ପଚରାଉଚରା କରୁଛି ।
ଆଗକୁ ପଢ଼ନ୍ତୁ : ନଦୀକୁ ଡେଇଁ ବାପ ଝିଅ ନିଖୋଜ