ବିଜେଡି ବିଧାୟକଙ୍କ ରାଲିରେ ମାଡ଼ିଗଲା ଟ୍ରକ୍ । ନିର୍ବାଚନ ପାଇଁ ଚାଲିଥିଲା ରାଲି । ସେହି ସମୟରେ ମାଡ଼ିଗଲା ଟ୍ରକ। ଏହି ଦୁର୍ଘଟଣାରେ ୩ ଜଣ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଯାଇଛି । କଟକ ଜିଲ୍ଲା ବଡ଼ମ୍ବାରେ ବିଜେଡି ବିଧାୟକଙ୍କ ରାଲି ସମୟରେ ଘଟିଲା ଦୁର୍ଘଟଣା । ରାଲି ଭିତରେ ଏକ ଟ୍ରକ ମାଡିଯିବାରୁ ୩ ଜଣ ଗୁରୁତର ହୋଇଯାଇଛନ୍ତି ।
ସୂଚନା ଅନୁଯାୟୀ,କଟକ ଜିଲ୍ଲା ବଡମ୍ବା ଟାଉନ ନିକଟରେ ମଙ୍ଗଳବାର ବିଜେଡି ବିଧାୟକ ରାଲି ଆୟୋଜନ କରାଯାଇଥିଲା । ଏହି ରାଲିରେ ବହୁ ସଂଖ୍ୟାର ଲୋକ ସାମିଲ ହୋଇଥିଲେ । ବିଧାୟକଙ୍କ ର୍ଲି ହେଉଥିବା ସମୟରେ ହଠାତ ଏକ ଟ୍ରକ ଦ୍ରୁତ ଗତିରେ ଆସୁଥିଲା । ଟ୍ରକଟି ଦ୍ରୁତ ଗତି ଥିବାରୁ ନିୟନ୍ତ୍ରଣ ହରାଇ ରାଲି ଉପରେ ମାଡିଯାଇଥିଲା। ଯାହାଫଳରେ ଏଭଳି ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ୩ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଯାଇଛି । ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରକ୍ଷଣରେ ଭର୍ତ୍ତି କରାଯାଇଛି ।