ବାଉଁଶ ବୁଦା ମୂଳରୁ ବାହାରିଲା ବିଶାଳକାୟ ଅଜଗର । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ମଧୁପୁର ଗ୍ରାମରୁ ଉଦ୍ଧାର ହୋଇଛି ପାଖାପାଖି ୧୨ ଫୁଟ ୬ ଇଞ୍ଚ ଲମ୍ବର ଅଜଗର । ଉଦ୍ଧାର ପରେ ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ଗାଁ ଲୋକେ । ଗ୍ରାମ ଭିତରେ ଏତେ ଲମ୍ବା ଅଜଗର ସାପ ଦେଖି ଭୟଭୀତ ହୋଇପଡିଛନ୍ତି ଗ୍ରାମବାସୀ ।
ସୂଚନା ଅନୁଯାଇ ମଧୁପୁର ଗ୍ରାମର ଏକ ମହିଳା ରାସ୍ତା ପାଖରେ ଥିବା ଏକ ବାଉଁଶ ଉପରେ ସାପଟିକୁ ଦେଖିବାକୁ ପାଇଥିଲେ । ଏହାପରେ ସେ ଗ୍ରାମର ଏକ ବ୍ୟକ୍ତିଙ୍କୁ ଖବର ଦେଇ ଥିଲେ । ଗ୍ରାମବାସୀ ସେଠାକୁ ଆସି ବନ ବିଭାଗକୁ ଖବର ଜଣାଇଥିଲେ । ସାପ ଟିକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିବାର ଜଣା ପଡିଛି। ତେବେ ଗ୍ରାମାଞ୍ଚରେ ଏଭଳି ସାପ ଖୁବ କମ ଦେଖିବାକୁ ମିଳେ। କିନ୍ତୁ ଏତେ ବଡ ସାପ କେମିତି ଏଭଳି ସ୍ଥାନକୁ ଆସିଲା ତାକୁ ସ୍ଥାନୀୟ ଲୋକଙ୍କ ଭିତରେ ଭୟ ସୃଷ୍ଟି ହୋଇଛି।