ବନ୍ଧୁରୁ ସାଜିଲା ବନ୍ଧୁକ ହୋଇଗଲା ବଇରୀ । ସାଙ୍ଗ କାଟିଦେଲା ସାଙ୍ଗର ବେକ । ସାମନ୍ୟ କଥାରୁ ବନ୍ଧୁର ବେକ କାଟିଦେଲା ସେହି ବନ୍ଧୁ । ଆମେ ଦେଖିଛେ ଲୋକେ ସାଙ୍ଗ ପାଇଁ ଜୀବନ ଦେବା କଥା ହେଲେ ସାଙ୍ଗକୁ ଜୀବନରୁ ମାରି ଦେବା ଏହା ଟିକେ ଆମ ମୁଣ୍ତରେ ଖଟକୁଛି । ଏ କଥାଟା ଶୁଣିବାକୁ ଅଜବ ଲାଗୁଥିବ କିନ୍ତୁ ଅଜବ ଲାଗିଲେ ମଧ୍ୟ ଏହି କଥାଟା ସମ୍ପୁର୍ଣ୍ଣ ସତ। ସାମାନ୍ୟ କଥାକୁ କେନ୍ଦ୍ର କରି ଦୁଇ ସାଙ୍ଗ ମଧ୍ୟରେ କଥା କଟାକଟି ହେଲା । ବାସ୍ ଏତିକିରେ ରାଗିପାଚି ଲାଲ୍ ହୋଇଗଲା ସାଙ୍ଗ । ନିକଟନି ରେ ଥିବା ଏକ ଛୁରୀରେ ସାଙ୍ଗର ତଣ୍ଟି କାଟିଦେଟି। ଗୁରୁତର ଆହତ ଅବସ୍ଥାରେ ରକ୍ତ ଜୁଡୁବୁଡୁ ହୋଇ ତଳେ ଗଡୁଥିବା ବେଳେ କିଛି ଲୋକ ଚିକିତ୍ସା ପାଇଁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ଏମ୍ସ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ମଙ୍ଗଳାଯୋଡି ଗ୍ରାମର କାରଟିଆ ସାହିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗଳାଯୋଡି ଗ୍ରାମର କାରଟିଆ ସାହିର ଚନ୍ଦା ବେହେରା ଓ ସମୀର ବେହେରା ଦୁହେଁ ଭଲ ସାଙ୍ଗ । ପୂର୍ବରୁ କିଛି କଥାକୁ ନେଇ ଦୁଇ ସାଙ୍ଗ ମଧ୍ୟରେ କଥା କଟାକଟି ହୁଏ । ଏମିତି ଏକ କଥା କଟାକଟି ବେଳେ ଚନ୍ଦା ବେହେରା ହଠାତ ରାଗିପାଚି ଲାଲ୍ ହୋଇଗଲା । ନିକଟରେ ଥିବା ଏକ ଛୁରୀ ସାହାଯ୍ୟରେ ସମୀର ବେହେରାଙ୍କ ତଣ୍ଟି କାଟିଦେଲା । କେହି କିଛି ବୁଝିବା ଓ ଶୁଣିବା ପୂର୍ବରୁ ଆକ୍ରମଣକାରୀ ସାଙ୍ଗ ଘଟଣା ସ୍ଥଳରୁ ଚମ୍ପଟ ମାରିଛି।
ଅଧିକା ପଢନ୍ତୁ: ଡିସିପିଙ୍କ କଡ଼ା ଚେତାବନୀ