ଆଜି ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ବଡ଼ଚଣା ଆସନରେ ସରପ୍ରାଇଜ ପ୍ରାର୍ଥୀ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ । ଦୁଇଦିନ ତଳେ ବିଜେଡିରେ ଯୋଗ ଦେଇଥିବା ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କୁ ଯାଜପୁର ଜିଲା ବଡ଼ଚଣା ଆସନରୁ ଦଳ ଟିକେଟ ଦେଇଛି ।
ବର୍ଷାଙ୍କ ବ୍ୟତୀତ ରଘୁନାଥ ସାହୁଙ୍କୁ ଚିଲିକାରୁ ଟିକେଟ ମିଳିଛି। ସେହିଭଳି ଅଭିମନ୍ୟୁ ସେଠୀଙ୍କୁ ଆନନ୍ଦପୁରରୁ ପ୍ରାର୍ଥୀ କରାଯାଇଛି। କେନ୍ଦ୍ରାପଡ଼ାରୁ ଗଣେଶ୍ୱର ବେହେରାଙ୍କ ଉପରେ ଦଳ ଆଶା ପ୍ରକାଶ କରିଥିବା ବେଳେ ଚମ୍ପୁଆରୁ ସନାତନ ମହାକୁଡ଼ଙ୍କୁ ପ୍ରାର୍ଥୀ କରାଯାଇଛି। ସାରସକଣାରୁ ଦେବାଶିଷ ମାରାଣ୍ଡି,ରେମୁଣାରୁ ବିଦ୍ୟାସ୍ମିତା ମହାଳିକ, ସିମୁଳିଆରୁ ସୁଭାଷିନୀ ସାହୁ ଏବଂ କରଞ୍ଜିଆରୁ ବାସନ୍ତୀ ହେମ୍ବ୍ରମ ଟିକେଟ ପାଇଛନ୍ତି। ଆଜିର ୯ପ୍ରାର୍ଥୀଙ୍କୁ ମିଶାଇ ବିଜେଡି ସମୁଦାୟ ୧୩୫ ପ୍ରାର୍ଥୀ ତାଲିକା ଘୋଷଣା କରିଛି।
ଅନ୍ୟପଟେ ଆଜି ବିଜେଡି ୫ ବିଧାୟକଙ୍କ ଟିକେଟ କାଟିଛି । ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀଙ୍କ ସମେତ, ସିମୁଳିଆ ବିଧାୟକ ଜ୍ୟୋତି ପାଣିଗ୍ରାହୀ ଓ ବଡ଼ଚଣାର ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ଟିକେଟ କଟିଛି । ଏଥିସହ କେନ୍ଦ୍ରାପଡ଼ା ବିଧାୟକ ଶଶି ବେହେରାଙ୍କୁ ଚଳିତ ନିର୍ବାଚନରେ ଟିକେଟ ମିଳି ନ ଥିବା ବେଳେ ଚମ୍ପୁଆ ବିଧାୟକ ମିନାକ୍ଷୀ ମହାନ୍ତଙ୍କୁ ବି ଦଳ ଟିକେଟ ଦେଇନି।