ଓଡ଼ିଶାକୁ ଆଶ୍ୱସ୍ତି, ସୁସ୍ଥ ହେଲେ ରାଜ୍ୟର ଆଉ ୬୫ ଜଣ କରୋନା ଆକ୍ରାନ୍ତ
Khabar Odisha:65-more-Corona-pateint-cured
ଭୁବନେଶ୍ୱର, ଜୁନ 4 ( ଖବର ଓଡ଼ିଶା):

 ଓଡ଼ିଶା ପାଇଁ ପୁଣି ଖୁସି ଖବର। ରାଜ୍ୟରେ ପୁଣି କରୋନାରୁ ସୁସ୍ଥ ହେଲେ ୬୫ ଆକ୍ରାନ୍ତ ।

ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଏହାରି ମଧ୍ୟରେ ଏକ ଖୁସି ଖବର ଆସୁଛି । ଆଜି ଏକାଥରେ ୧୨ ଜିଲ୍ଲାରୁ  ୬୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।  ୬୫ ସୁସ୍ଥଙ୍କ ମଧ୍ୟରୁ ମଧ୍ୟରୁ ୧୪ ଜଣ ଗଞ୍ଜାମର , ଜଗତସିଂହପୁର ଓ କେନ୍ଦ୍ରାପଡ଼ା ରେ ୧୦ ଲେଖାଏଁ,  ଭଦ୍ରକର ୮, କେଉଁଝର ୭, ବଲାଙ୍ଗୀର ୬, ଖୋର୍ଦ୍ଧା ୩, ବାଲେଶ୍ଵର ଓ ଯାଜପୁରରେ ୨ ଲେଖାଏଁ  ସୁସ୍ଥ ହୋଇଛନ୍ତି। 

ଏହା ସହ ଢେଙ୍କାନାଳ, ଝାରସୁଗୁଡ଼ା ଓ କନ୍ଧମାଳ ଜିଲ୍ଲାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ରାଜ୍ୟରେ ଏହି ନୂଆ ୬୫ ଜଣ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏବେ ସୁସ୍ଥଙ୍କ ସଂଖ୍ୟା ୧୪୮୧ କୁ ବୃଦ୍ଧି ପାଇଛି ।

  • Tags:

Subscribe

National International State Sports Entertainment