ଯାଜପୁର ଯୋଡକିଆ ନିକଟ ଖରସ୍ରୋତା ନଦୀରେ ବଡ ଅଘଟଣ ଦେଖିବାକୁ ମିଳିଛି । ନଦୀରେ ଗାଧୋଉଥିବା ବେଳେ ଭାସିଯାଇ ଦୁଇ ଭାଇ ନିଖୋଜ ହୋଇଯାଇଛନ୍ତି । ତେବେ ନିଖୋଜ ଥିବା ଦୁଇ ଭାଈ ବ୍ୟାସନଗର ପୈାରାଂଚଳ ସାପଗାଡିଆ ଅଂଚଳର ଶାଶ୍ୱତ ରଂଜନ ସ୍ୱାଇଁ ଓ ସ୍ୱସ୍ତିକ ରଂଜନ ସ୍ୱାଇଁ ବୋଲି ଜଣାପଡିଛି । ସୂଚନା ଅନୁସାରେ ଖରସ୍ରୋତା ନଦୀରେ ଶାଶ୍ୱତ ଓ ସ୍ୱସ୍ତିକଙ୍କ ସହ ୪ ଜଣ ଯୁବକ ଗାଧୋଉଥିଲେ । ଏହି ସମୟରେ ପ୍ରଥମେ ଶାଶ୍ୱତ ଭାସିଯାଇଥିଲେ । ଏବଂ ତାଙ୍କୁ ବଂଚାଇବାକୁ ଯାଇ ସ୍ୱସ୍ତିକ ମଧ୍ୟ ଭାସିଯାଇଥିଲେ । ତେବେ ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଂଚି ଉଭୟଙ୍କୁ ଖୋଜାଖୋଜି କରୁଥିବା ବେଳେ ଅଗ୍ନିଶମ ବାହୀନି ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ସର୍ଚ୍ଚ ଅପରେସନ ଜାରି ରହିଛି ।