ମୁମ୍ବାଇ: ଆଇପିଏଲ୍ ମଝିରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଲାଗିଛି ବଡ଼ ଝଟକା । ଦଳର ଅଧିନାୟକ ଋତୁରାଜ ଗାଏକୱାଡଙ୍କୁ ଆଘାତ ଲାଗିବା ଯୋଗୁଁ ଚଳିତ ଆଇପିଏଲରୁ ବାଦ ପଡ଼ିଛନ୍ତି । ସେପଟେ କ୍ୟାପଟେନ୍ କୁଲ୍ ଏମ୍ ଏସ୍ ଧୋନୀଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଖୁସିର ଖବର । ପୁଣି ଥରେ CSKର ମଙ୍ଗ ଧରିଛନ୍ତି ଧୋନୀ । ଚେନ୍ନାଇର ମୁଖ୍ୟ କୋଚ୍ ଷ୍ଟିଫେନ୍ ଏ ନେଇ ଗୁରୁବାର ସୂଚନା ଦେଇଛନ୍ତି ।
ଋତୁରାଜଙ୍କର ହାତର କୋହୁଣୀରେ ଆଘାତ ଲାଗିଛି । ରାଜସ୍ଥାନ ରୟାଲ୍ସ ସହିତ ମ୍ୟାଚ୍ ଚାଲୁଥିବାବେଳେ ତୁଷାର ଦେଶପାଣ୍ଡେଙ୍କ ବଲ୍ ତାଙ୍କ ହାତରେ ବାଜିଥିଲା । ଏହା ପରେ ସେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ପଞ୍ଜାବ ସହିତ ଦୁଇଟି ମ୍ୟାଚ୍ ଖେଳିଥିଲେ । କିନ୍ତୁ ପରେ ଏକ୍ସ୍ରେରେ ତାଙ୍କର ହାତରେ ଫ୍ର୍ୟାକଚର୍ ଥିବା ଜଣାପଡ଼ିଛି । ଯେଉଁଥିପାଇଁ ଡାକ୍ତର ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି ।
ଧୋନୀ ଶେଷଥର ପାଇଁ ୨୦୨୩ରେ କ୍ୟାପଟେନ୍ ଭାର ସମ୍ଭାଳିଥିଲେ । ତାଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ୫ ଥର ଆଇପିଏଲ୍ ଚାମ୍ପିଅନ୍ ହୋଇଛି । କିନ୍ତୁ ଚଳିତ ସିଜିନରେ ଦଳର ଏକଦମ ନୈରାଶ୍ୟ ଜନକ ପ୍ରଦର୍ଶନ ଦେଖିବାକୁ ମିଳିଛି । ଏଯାଏ ୫ଟି ମ୍ୟାଚ୍ ଖେଳି ମାତ୍ର ଗୋଟିଏ ବିଜୟୀ ହୋଇଥିବାବେଳେ ପଏଣ୍ଟ ଟେବୁଲର ନବମ ସ୍ଥାନରେ ରହିଛି ଚେନ୍ନାଇ ।