କୋଭିଡ ସେଣ୍ଟରକୁ ଯିବା ପାଇଁ ମିଳିଲାନି ଆମ୍ୱୁଲାନ୍ସ, ପିପିଇ କିଟ୍ ପିନ୍ଧି ନିଜେ ବାଇକ ଚଳାଇ କୋଭିଡ ସେଣ୍ଟରରେ ପହଁଞ୍ଚିଲେ ଯୁବକ
Khabar Odisha:sehore-negligence-by-health-department-viral-video-of-corona-positive-patient-driving-himself-to-covid-center-wearing-ppe-kit
ଭୋପାଳ, ଜୁଲାଇ ୩୦ (ଖବର ଓଡ଼ିଶା):

ମଧ୍ୟପ୍ରଦେଶର ସେହୋର ଜିଲ୍ଲାର ବୁଦ୍ଧନୀରେ ସ୍ୱାସ୍ଥ୍ୟ ବିଭାଗର ଗୁରୁତର ଅବହେଳା ସାମ୍ନାକୁ ଆସିଛି । ଏଠାରେ ହୋଶଙ୍ଗାବାଦ ଜିଲ୍ଲାର ଜଣେ ଯୁବକ ବୁଦ୍ଧନୀରେ ତାଙ୍କର କରୋନା ପରୀକ୍ଷା କରିଥିଲେ ଏବଂ ପରଦିନ ସେ ପଜିଟିଭ୍ ଚିହ୍ନଟ ହୋଇଥିଲେ । କୋଭିଡ କେନ୍ଦ୍ରକୁ ତଦନ୍ତ ରିପୋର୍ଟ ପଠାଇବାକୁ ସ୍ୱାସ୍ଥ୍ୟ ବିଭାଗ ଡାକି ପିପିଇ କିଟ୍ ଦେଇଥିଲା । କିନ୍ତୁ ଦୀର୍ଘ ସମୟ ଅପେକ୍ଷା କରିବା ପରେ ମଧ୍ୟ ଆମ୍ବୁଲାନ୍ସ ସଂକ୍ରମିତ ରୋଗୀଟିକୁ ନବା ପାଇଁ ଆସିନଥିଲା ଶେଷରେ ବାଧ୍ୟ ହୋଇ ପିପିଇ କିଟ୍ ପିନ୍ଧିଥିବା ଯୁବକ ନିଜ ବାଇକ ଚଳାଇ କୋଭିଡ ସେଣ୍ଟରରେ ଯାଇଁ ପହଁଞ୍ଚିଥିବା ଜଣାପଡିଛି ।

ଏହି ମାମଲାର ସିସିଟିଭି ଭିଡିଓ ସୋସିଆଲ ମିଡିଆରେ ତୀବ୍ର ବେଗରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଯୁବକ ଜଣକ ପିପିଇ କିଟ୍ ପିନ୍ଧି ହାଇକ ଚଲାଉଥିବାର ନଜର ଆସିଛନ୍ତି । ବାସ୍ତବରେ, ମଙ୍ଗଳବାର ଦିନ, ସେହୋର ଜିଲ୍ଲାର ବୁଦ୍ଧନୀ ଅନ୍ତର୍ଗତ ହୋଶଙ୍ଗାବାଦ ଜିଲ୍ଲା ଆନନ୍ଦ ନାଗର ନିକଟରେ ରହୁଥିବା ଜଣେ ଯୁବକ କରୋନା ପଜେଟିଭ ବୋଲି ଜଣାପଡିଥିଲେ । ଯୁବକଜଣକ ରବିବାର ଦିନ ତାଙ୍କ କୋଭିଡ ନମୁନା ପରୀକ୍ଷଣ ପାଇଁ ଦେଇ ନିଜ ଘରକୁ ବୁଦ୍ଧନୀକୁ ଫେରିଆସିଥିଲେ, ପରେ ଅନୁସନ୍ଧାନ ରିପୋର୍ଟ ମଙ୍ଗଳବାର ସକାଳେ ଆସିଥିଲା ।

ଯୁବକ ଜଣକୁ ରିପୋର୍ଟ ଦେବା ବାହାନା କରି ତାଙ୍କୁ ବୁଦ୍ଧନୀକୁ ଡକାଯାଇଥିଲା ପରେ ତାଙ୍କୁ ପିପିଇ କିଟ୍ ପିନ୍ଧିବାକୁ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଦୁଇଟି ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗର ଗୁରୁତର ଅବହେଳା ସାମ୍ନାକୁ ଆସିଛି । ପ୍ରଥମ ହୋଶଙ୍ଗାବାଦ ଜିଲ୍ଲାରେ ଯୁବକଙ୍କର କୌଣସି କରୋନା ଯାଞ୍ଚ ହୋଇନଥିଲା, ଯା ଫଳରେ ଯୁବକ ଜଣକ ସେହୋର ଜିଲ୍ଲାର ବୁଦ୍ଧନୀରେ ପରୀକ୍ଷଣ କରିବାକୁ ବାଧ୍ୟ ହୋଇଥିଲେ। ଦ୍ୱିତୀୟରେ ଯୁବକ ଜଣକ କରୋନା ପଜେଟିଭ ଚିହ୍ନଟ ହେବା ପରେ ମଧ୍ୟ ତାଙ୍କ ପାଇଁ ଗୋଟିଏ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇ ନଥିଲା, କରୋନା ପଜିଟିଭ ଯୁବକ ଜଣକ ନିଜ ବାଇକରେ ପିପିଇ କିଟ୍ ପିନ୍ଧି କୋଭିଡ ସେଣ୍ଟରକୁ ଯିବା ପାଇଁ ବାଧ୍ୟ ହୋଇଥିଲେ ।

ଏହି ଘଟଣା ସାମ୍ନାକୁ ଆସିବା ପରେ, ସେହୋର ଜିଲ୍ଲାର ବୁଦ୍ଧନୀର ବିଏମଓ ଅଙ୍କୁଷ ଶର୍ମା କହିଛନ୍ତି ଯେ ହୋଶଙ୍ଗାବାଦର ଯୁବକଙ୍କ ରିପୋର୍ଟ କରୋନା ପଜେଟିଭ ଆସିଛି । ଆଜି ତିନି ଜଣଙ୍କ ରିପୋର୍ଟ ପଜେଟିଭ ଆସିଛି ଯେଉଁଥିରେ ଜଣେ ହୋଶଙ୍ଗାବାଦର ବାସିନ୍ଦା ମଧ୍ୟ ଅଛନ୍ତି | ଏଥି ସହିତ, ଏହି ମାମଲାରେ ହୋଶଙ୍ଗାବାଦ ଜିଲ୍ଲା ଜିଲ୍ଲା ପଞ୍ଚାୟତ ସିଇଓ ମନୋଜ ସରିମ କହିଛନ୍ତି ଯେ ଆମେ ଏହି ମାମଲାରେ ସିଏମଏଚଓରୁ ସମ୍ପୂର୍ଣ୍ଣ ରିପୋର୍ଟ ମାଗିଛୁ, ଯିଏ ଦୋଷୀ ସାବ୍ୟସ୍ତ ହେବ ତାଙ୍କ ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ସେ କହିଛନ୍ତି ଯେ ଯେତେବେଳେ ଜଣେ କରୋନା ପଜିଟିଭ୍ ରୋଗୀ ଭାବେ ଚିହ୍ନଟ ହୁଏ, ତୁରନ୍ତ ତାକୁ କୋଭିଡ କେୟାର ସେଣ୍ଟରକୁ ନବା ପାଇଁ ଆମ୍ବୁଲାନ୍ସ ପଠାଯାଏ |

  • Tags:

Subscribe

National International State Sports Entertainment