ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ, ପ୍ରେମ ନୈସର୍ଗିକ । ଏଥିରେ ନା ସୀମା ଥାଏ ନା କିଛି ବାଧା । କ'ଣ ଠିକ କହିଲି ତ । ଆଜି ହେଉଛି ପ୍ରେମର ଦିନ ବା ଏମିତି କହି ପାରିବା, ଆଜି ହେଉଛି ସମସ୍ତ ପ୍ରେମୀମାନଙ୍କର ଦିନ .... ଭାଲେଣ୍ଟାଇନ୍ସ ଡେ । ଗୋଲାପ ଦିଆ ନିଆ ଠୁ ଆରମ୍ଭ ହୋଇ ଥିବା ଏହି ସପ୍ତାହର ଆଜି ଶେଷ ଦିନ । ଆଜିର ଦିନକୁ ସେଲିବ୍ରେଟ କରିବା ପାଇଁ ସମସ୍ତଙ୍କ ମନରେ ବହୁତ ହିଁ ଏକ୍ସସାଇଟମେଣ୍ଟ ଥାଏ । ଆଜି ସମସ୍ତ ପ୍ରେମୀମାନେ ପାଇବେ ତାଙ୍କ ପ୍ରେମର ନୂଆ ପରିଭାଷା । ପୁଣି ଆଉ କେତେଜଣ ଆଜି ପାଲଟି ଯିବେ ସମ୍ପୁର୍ଣ୍ଣ ଅଜଣା । ସତରେ ମନରେ କେତେ ଦ୍ଵନ୍ଦ ନେଇ ବସି ଥିବ ପ୍ରେମିକ ଟିଏ ।
ଆଉ ତାସହ ପ୍ରେମିକମାନେ ତାଙ୍କ ପ୍ରିୟା ପାଇଁ କରିଥିବେ ନାନା ପ୍ରକାରର ଆୟୋଜନ । ଆଜିର ଦିନରେ ନିଜର ସାଥି ସହ ନିଆରା ଅନୁଭୂତି ସାଉଁଟିବାକୁ ପ୍ରତିଟି ପ୍ରେମ ଚଢେଇର ବା love birdsମାନଙ୍କ ଭିତରେ ରହିଥାଏ ଅନେକ ଉତ୍ସାହ । ଆଧୁନିକତାର ସ୍ପର୍ଶରେ ଭାଲେଣ୍ଟାଇନ୍ସ ଡେ’କୁ ଯୁବପିଢି ଦେଇଛନ୍ତି ନୂଆ ପରିଚୟ। ଆପଣମାନେ ମଧ୍ୟ ଆଜିର ଦିନକୁ ବହୁତ ହିଁ ସୁନ୍ଦର ଭାବରେ ସେଲିବ୍ରେଟ କରନ୍ତୁ ଏବଂ ଅନେକ enjoy କରନ୍ତୁ । ପ୍ରେମର ବାର୍ତ୍ତା ସହ କାର୍ଡ, ଫୁଲ କିମ୍ବା ଚକୋଲେଟ୍ ସହ ଗିଫ୍ଟ ଦେଇ ଅନ୍ୟ ଜଣଙ୍କୁ ନିଜର ମନ କଥା କୁହନ୍ତୁ , ଏହାକୁ ଆହୁରି ମେମୋରେବଲ ବନାନ୍ତୁ ।