ଉତ୍ତରପ୍ରଦେଶର ଦୁଇଟି ହାଇପ୍ରୋଫାଇଲ ଆସନ ରାୟବରେଲି ଓ ଅମେଠିକୁ ନେଇ ଦ୍ବନ୍ଦ ଦେଖାଯାଉଛି । ତେବେ ବିଶେଷ ସୂତ୍ରରୁ ଜଣାପଡିଛି ଯେ ପ୍ରିୟଙ୍କା ଗାନ୍ଧୀ ଲୋକସଭା ନିର୍ବାଚନ ଲଢିବେ ନାହଁ । ସେ କେବଳ ନିର୍ବାଚନ ପ୍ରଚାର କରିବେ । ଏହି ପରିପ୍ରେକ୍ଷୀରେ ରାହୁଲ ଗାନ୍ଧି ଅମେଠିରୁ ନା ରାଏବରଲୀରୁ ଲଢିବେ ତାହା ଆସନ୍ତାକାଲି ଜଣାପଡିବ । ଏହା ପୂର୍ବରୁ କୁହାଯାଉଥିଲା ରାହୁଲ ଏବଂ ପ୍ରିୟଙ୍କା ଅମେଠି ଏବଂ ରାଏବରେଲିରୁ ଲଢିବେ ବୋଲି । ଅମେଠି ଓ ରାୟବରେଲି ଆସନରେ କିଏ ପ୍ରାର୍ଥୀ ହେବେ ତାହାର ଘୋଷଣା ହେବା ପୂର୍ବରୁ ରାହୁଲ ଓ ପ୍ରିୟଙ୍କା ଅଯୋଧ୍ୟା ଯାଇ ରାମଲଲ୍ଲାଙ୍କ ଦର୍ଶନ କରିବାର ଯୋଜନା ରଖିଛନ୍ତି।
ଅଧିକା ପଢନ୍ତୁ:ଉପ ନିର୍ବାଚନ ଲଢିବେ କଳ୍ପନା ସୋରେନ