ପଶ୍ଚିମବଙ୍ଗ,ଏପ୍ରିଲ୧(ଖବର ଓଡିଶା) ;ପଶ୍ଚିମବଙ୍ଗ ରେ ଚାଲିଛି ଦିତ୍ୱିୟ ପର୍ଯ୍ୟାୟ ମତଦାନ । ତେବେ ନନ୍ଦିିଗ୍ରାମରେ ଚାଲିଛି ଜୋରଦାର ଲଢେଇ, ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କର ପୁର୍ବତନ ସେନାପତି ସୁଭେନ୍ଦୁ ଅଧିକାରିଙ୍କ ମଧ୍ୟରେ । ସମଗ୍ର ଦେଶର ନଜର ବର୍ତମାନ ନିର୍ବଚନର କୁରୁକ୍ଷେତ୍ର ପାଲଟିଥିବା ନନ୍ଦିଗ୍ରାମରେ ଆସି ଅଟକିଛି ।
ଏହା ମଧ୍ୟରେ ଆଜି ମାତଦାନ ଚାଲିଥିବା ସମୟରେ ମମତା ଭୋଟବୁଥରେ ପହଁଚିଥିଲେ । ଏହି ସମୟରେ ସେ ଅଭିଯୋଗ କରିଥିଲେ ଯେ ଲୋକମାନଙ୍କୁ ମତାଦାନ କରିବାକୁ ଦିଆଯାଉ ନାହିଁ । ମତଦାନରେ ଅନିୟମିୟତା କରାଯାଉଛି ।ଏପରିକି ସେ ଗପଟିଏ ବୁଥ୍ କୁ ସେ କିଛି ସମୟ ଜଗି ବସିଥିଲେ । ଏହାପରେ ସେ ସିଧାସଳଖ ରାଜ୍ୟପାଳଙ୍କୁ ଫୋନ କରିଥିଲେ । ଏହାର କିଛି ସମୟ ପରେ ରାଜ୍ୟପଳ ଟ୍ୱିଟ୍ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିସୃତି ଦେଇଥିଲେ ।
ତେବେ ଏଥି ମଧ୍ୟରେ ବିଜେପିର ପ୍ରାର୍ଥି ଶୁଭେନ୍ଦୁ ଅଧିକାରିଙ୍କ ଗାଡି ଉପରକୁ ଆକ୍ରମଣ ହୋଇଥିବା ବେଳେ ଏଥିରେ କାହାର କିଛି କ୍ଷତି ହୋଇନାହିଁ ବୋଲି ଜଣା ପଡିଛି । ଆଜି ଶୁଭେନ୍ଦୁଙ୍କ ଗାଡି ଉପରକୁ ପଥର ମାଡ ହୋଇଛି , ଏହା ପଛରେ ଟିଏମସିର ହାତ ଅଛି ବୋଲି ଶୁଭେନ୍ଦୁ ଅଧିକାରୀ କହିଛନ୍ତି ।