ନୂଆଦିଲ୍ଲୀ: ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଣିପୁର ଗସ୍ତ କରିବେ । ଆସନ୍ତା ୨୬ ତାରିଖରେ ଏକ ଦିବସୀୟ ଗସ୍ତରେ ଇମ୍ଫାଲରେ ମଣିପୁର ହିଂସାରେ ନିଜର ପରିଜନଙ୍କୁ ହରାଇଥିବା ପୀଡ଼ିତ ପରିବାରଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ଚୁରାନ୍ଦାପୁର ଯାଇ ପୀଡ଼ିତ ପରିବାରକୁ ଭେଟିବାର ରହିଛି ।
ମଣିପୁରରେ ଦୀର୍ଘ ସମୟ ଧରି ହିଂସା ଲାଗି ରହିଛି । ନିକଟରେ ଅକ୍ଟୋବର ୩୧ ତାରିଖରେ ଇମ୍ଫାଲରେ ଆଦିବାସୀ ସମ୍ପ୍ରଦାୟ ବିଶାଳ ଶୋଭାଯାତ୍ରା କରିଥିଲେ । ଯେଉଁଥିରେ ମଣିପୁର ହିଂସାକୁ ବନ୍ଦ କରିବା, ଆଦିବାସୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା, ବିସ୍ଥାପିତ ପରିବାରଙ୍କୁ ପୁନଃ ଥଇଥାନ କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲେ । ଏହା କେନ୍ଦ୍ର ସରକାରଙ୍କ ଅନ୍ତିମ ଆହ୍ୱାନ ବୋଲି କହିଥିଲେ ।