ନୂଆପଡ଼ା: ଖୁବ୍ ଶୀଘ୍ର ନୂଆପଡ଼ା ବିଧାନସଭା ନିର୍ବାଚନୀ ମଣ୍ଡଳୀ ଦେଖିବ ନୂତନ ବିଧାୟକ । ଆଉ ମାତ୍ର କେଇ ଘଣ୍ଟା ପରେ ଜନାଦେଶ ସ୍ପଷ୍ଟ ହୋଇଯିବ । ତଥାପି ଭାରତୀୟ ଜନତା ପାର୍ଟିର ବିଧାୟକ ତାଲିକାରେ ଆଉ ଜଣଙ୍କ ନାଁ ଯୋଡ଼ି ହେବାକୁ ଯାଉଥିବା ସନ୍ଦେହ ଧିରେ ଧିରେ ଦୃଢ଼ୀଭୂତ ହେବାରେ ଲାଗିଛି । କାରଣ ପଞ୍ଚମ ରାଉଣ୍ଡ ଗଣତି ସୁଦ୍ଧା ବିଜେପି ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ଆଗରେ ରହିଛନ୍ତି । କିନ୍ତୁ ମୁଖ୍ୟ ବିରୋଧୀ ଦଳ ଆସନରେ ବସୁଥିବା ବିଜେଡ଼ିକୁ ନିରାଶ ହେବାକୁ ପଡ଼ିଛି । ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଦ୍ୱିତୀୟ ନୁହେଁ ବରଂ ତୃତୀୟ ସ୍ଥାନରେ ରହିଛନ୍ତି । ତେବେ ଗତ ସାଧାରଣ ନିର୍ବାଚନରେ ଦ୍ୱିତୀୟରେ ଥିବା ଘାସିରାମ ମାଝୀ ତଥା କଂଗ୍ରେସ ପ୍ରାର୍ଥୀ ନିଜ ସ୍ଥାନରେ ରହିଛନ୍ତି ।
ଷଷ୍ଠ ରାଉଣ୍ଡ୍ ଗଣତି ସୁଦ୍ଧା ଜୟ ଢୋଲକିଆଙ୍କ ସପକ୍ଷରେ ୩୦,୬୪୮ ମତଦାନ ଆସିଥିବାବେଳେ ବିଜେଡ଼ିର ସ୍ନେହାଙ୍ଗିନୀ ଛୁରିଆ ୮,୬୪୬ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିପରି କଂଗ୍ରେସର ଘାସିରାମ ମାଝୀ ୭,୮୯୧ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି । ଘାସିରାମ ଏବଂ ସ୍ନେହାଙ୍ଗିନୀଙ୍କ ମଧ୍ୟରେ ଅଧିକ ଭୋଟର ବ୍ୟବଧାନ ନାହିଁ ।
ପଞ୍ଚମ ରାଉଣ୍ଡ୍ ସୁଦ୍ଧା ଜୟଙ୍କୁ ୨୫,୧୯୫, ଘାସିରାମଙ୍କୁ ୬, ୭୯୭ ଓ ସ୍ନେହାଙ୍ଗିନୀ ୬, ୫୩୮ ମିଳିଥିଲା । ପଞ୍ଚମ ରାଉଣ୍ଡରେ ଦ୍ୱିତୀୟରେ ଥିବା କଂଗ୍ରେସ ଷଷ୍ଠ ରାଉଣ୍ଡରେ ତଳକୁ ଖସିଥିଲା । ତେଣୁ ଏହି ଦୁଇ ପ୍ରାର୍ଥୀଙ୍କ ଭୋଟରେ ପରିବର୍ତ୍ତନ ହୋଇ ଉପର ତଳ ହେଉଥିବାବେଳେ ଜୟ ଆରମ୍ଭରୁ ହିଁ ଆଗରେ ରହିଛନ୍ତି ।
ସକାଳ ୮ଟାରୁ ନୂଆପଡ଼ା ନ୍ୟାସନାଲ କଲେଜରେ ଭୋଟ୍ ଗଣତି ଆରମ୍ଭ ହୋଇଛି । ମୋଟ ୩୫୮ଟି ବୁଥ୍ ପାଇଁ ୧୪ଟି ଟେବୁଲରେ ଭୋଟ ଗଣତି ହେଉଛି । ମୋଟ ୨୬ ରାଉଣ୍ଡରେ ଗଣତି ହେବ ।
👉🏻 ପ୍ରଥମ ରାଉଣ୍ଡ୍
ଜୟ ଢୋଲକିଆ -୪୯୦୪
ଘାସିରାମ ମାଝୀ -୧୩୦୮
ସ୍ନେହାଙ୍ଗିନୀ ଛୁରିଆ -୧୩୫୭
👉🏻 ଦ୍ଵିତୀୟ ରାଉଣ୍ଡ୍
ଜୟ ଢୋଲକିଆ -୧୦୪୩୬
ଘାସିରାମ ମାଝୀ -୨୨୩୪
ସ୍ନେହାଙ୍ଗିନୀ ଛୁରିଆ -୩୦୨୩
👉🏻 ତୃତୀୟ ରାଉଣ୍ଡ୍
ଜୟ ଢୋଲକିଆ -୧୪୩୭୦
ଘାସିରାମ ମାଝୀ -୩୫୩୦
ସ୍ନେହାଙ୍ଗିନୀ ଛୁରିଆ -୪୩୫୭
ବିଜେପି ୧୦୦୧୩ ଭୋଟରେ ଆଗୁଆ
👉🏻 ଚତୁର୍ଥ ରାଉଣ୍ଡ୍
ଜୟ ଢୋଲକିଆ -୧୮୯୦୩
ଘାସିରାମ ମାଝୀ -୬୦୮୮
ସ୍ନେହାଙ୍ଗିନୀ ଛୁରିଆ -୫୩୨୦
ବିଜେପି ୧୨୮୧୫ ଭୋଟରେ ଆଗୁଆ
👉🏻 ପଞ୍ଚମ ରାଉଣ୍ଡ୍
ଜୟ ଢୋଲକିଆ -୨୫୧୯୫
ଘାସିରାମ ମାଝୀ -୬୭୯୭
ସ୍ନେହାଙ୍ଗିନୀ ଛୁରିଆ -୬୫୩୮
ବିଜେପି ୧୮୩୯୮ ଭୋଟରେ ଆଗୁଆ
👉🏻 ଷଷ୍ଠ ରାଉଣ୍ଡ୍
ଜୟ ଢୋଲକିଆ-୩୦, ୬୪୮
ସ୍ନେହାଙ୍ଗିନୀ ଛୁରିଆ- ୮୬୪୬
ଘାସିରାମ ମାଝୀ- ୭୮୯୧
👉🏻 ସପ୍ତମ ରାଉଣ୍ଡ୍
ଜୟ ଢୋଲକିଆ-୩୬୦୮୮
ସ୍ନେହାଙ୍ଗିନୀ ଛୁରିଆ-୧୦୭୪୨
ଘାସିରାମ ମାଝୀ-୯୪୭୪