ଚୁହିୟା ବନାମ ଖଚ୍ଚର : ହରିୟାଣାରେ ବିଜେପି-କଂଗ୍ରେସ ମଧ୍ୟରେ ବାକ୍ ଯୁଦ୍ଧ
Khabar Odisha:national-political-odisha-congress-reacted-on-derogatory-remark-of-khattar-against-sonia-gandhi-called-bjp-anti-women
ଚଣ୍ଡୀଗଡ, ଅକ୍ଟୋବର ୧୪ (ଖବର ଓଡିଶା) :

 ହରିୟାଣାର ଖରଖୌଦାରେ ଏକ ରାଲିରେ କଂଗ୍ରେସର ଅନ୍ତରିମ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ତୁଳନା ଏକ ମଲା ମୂଷା ସହ କରିବା ପରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଉପରେ କଂଗ୍ରେସ କ୍ଷୋଭ ପ୍ରକାଶ କରିଛି। ଆଜି କଂଗ୍ରେସ ଟ୍ଵିଟ୍ କରି ଖଟ୍ଟରଙ୍କୁ ଟାର୍ଗେଟ୍ କରିଛି। ଦଳ ମୁଖ୍ୟମନ୍ତ୍ରୀଙ୍କୁ ତୀବ୍ର ନିନ୍ଦା କରି କହିଛି କି, ଏହା ନିମ୍ନସ୍ତରୀୟ ଚିନ୍ତାଧାରା ଏବଂ ଏକ ମହିଳା ବିରୋଧୀ ଚରିତ୍ରକୁ ଦର୍ଶାଉଛି। ତେଣୁ ଖଟ୍ଟର କ୍ଷମାପ୍ରାର୍ଥନା କରନ୍ତୁ ବୋଲି କଂଗ୍ରେସ କହିଛି। ସେହି ସମୟରେ ମହାରାଷ୍ଟ୍ର କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ନିତିନ ରାଉତ ଖଟ୍ଟରଙ୍କୁ ଖଚ୍ଚର ବୋଲି କହିଛନ୍ତି।

କଂଗ୍ରେସ ଟ୍ଵିଟ୍ କରି କହିଛି କି, ବିଜେପିର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଦିଆଯାଇଥିବା ବୟାନ ଅଶୋଭନୀୟ ଏବଂ ନିମ୍ନସ୍ତରୀୟ। ତେଣୁ ଖଟ୍ଟର ଶୀଘ୍ର କ୍ଷମାପ୍ରାର୍ଥନା କରନ୍ତୁ। ଏତଦ୍ ବ୍ୟତୀତ କଂଗ୍ରେସର ବରିଷ୍ଠ ନେତା ସଞ୍ଜୟ ନିରୂପମ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି କି, କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ପ୍ରତି ବ୍ୟବହାର କରାଯାଇଥିବା ଏହି ଶବ୍ଦ ସମ୍ପୂର୍ଣ୍ଣ ଭାବରେ ଆପତ୍ତିଜନକ। ସେ ଜଣେ ସମ୍ମାନିତ ମହିଳା। ସେ ମଧ୍ୟ ମୁଖ୍ୟ ବିପକ୍ଷ ଦଳର ପ୍ରମୁଖ। ଯଦି ଖଟ୍ଟର ସଂସ୍କାରବାନ୍ ତେବେ କ୍ଷମା ମାଗିନେବା ଉଚିତ୍। ଏତଦ୍ ବ୍ୟତୀତ ମହାରାଷ୍ଟ୍ର ହରିୟାଣା କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ରାୱତ ଖଟ୍ଟରଙ୍କୁ ଆକ୍ରମଣ କରି କହିଛନ୍ତି କି, ହରିୟାଣାର ମୁଖ୍ୟମନ୍ତ୍ରୀ ଖଟ୍ଟର ନୁହଁନ୍ତି ଖଚ୍ଚର। 

ମନୋହର ଲାଲ ଖଟ୍ଟର କହିଥିଲେ କି, ଚଳିତ ବର୍ଷ ଲୋକସଭା ନିର୍ବାଚନ ହାରିବା ପରେ ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଲାଗୁଥିଲା କି କଂଗ୍ରେସ ଏବେ ଗାନ୍ଧୀ ପରିବାରରୁ ମୁକ୍ତ ହେବ ଏବଂ ପରିବାରବାଦ ହଟିବ। କିନ୍ତୁ ତିନି ମାସ ପରେ ବହୁ ତର୍ଯ୍ୟମା ପରେ ଅଧ୍ୟକ୍ଷ କରାଗଲା। କିନ୍ତୁ ଏଥର ଅଧ୍ୟକ୍ଷ କିଏ ହେଲେ? ପାହାଡ ଖୋଳି ମୂଷା ବାହାର କଲା ଭଳି ଅବସ୍ଥା ହେଲା। ତାହା ପୁଣି ମରିଯାଇଥିବା ମୂଷା। ଖଟ୍ଟରଙ୍କ ଏଭଳି ବୟାନ ପରେ କଂଗ୍ରେସ ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲା।

Subscribe

National International State Sports Entertainment