ବିଜୟୀ ହେଲେ ଆମେ ଅହଙ୍କାର କରୁନା, ପରାଜୟ ହେଲେ ନିରାଶ ହେଉନା
Khabar Odisha:national-odisha-delhi-assembly-elections-result-2020-bjp-poster-shows-parajay-se-nirash-nahi-hote
ନୂଆଦିଲ୍ଲୀ, ଫେବୃଆରୀ ୧୧ (ଖବର ଓଡ଼ିଶା) :

ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଦେଖିବାକୁ ଗଲେ ଏକ ପ୍ରକାରର ସ୍ପଷ୍ଟ ହେବାରେ ଲାଗିଛି। ଏବେ ମତଗଣନା ଜାରି ରହିଛି। ସବୁ ଆସନରେ ଆପ ଆଗୁଆ ଥିବା ବେଳେ ବିଜେପି ଓ କଂଗ୍ରେସ ପଛରେ ପଡିଥିବା ଦେଖାଯାଇଛି। ତେବେ ଏହି ମଧ୍ୟରେ ବିଜେପିର ଏକ ପୋଷ୍ଟର ଦେଖିବାକୁ ମିଳିଛି। ଏହି ପୋଷ୍ଟରରେ ଲେଖାଥିବା କିଛି ଲାଇନ୍ ବହୁତ କିଛି ବୟାନ କରୁଛି। ଯାହାକି ଲୋକଙ୍କ ଧ୍ୟାନ ଆକର୍ଷଣ କରିଛି। 

ବିଜେପିର ଏହି ପୋଷ୍ଟରରେ ଲେଖାଅଛି ଯେ, ବିଜୟୀ ହୋଇ ଆମେ ଅହଙ୍କାର କରୁନା କି ପରାଜୟ ହେଲେ ଆମେ ନିରାଶ ହେଉନା। ଏଥିରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଫଟୋ ଥିବା ମଧ୍ୟ ଦେଖାଯାଇଛି। 

୨୦୧୫ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ଦିଲ୍ଲୀରେ ସରକାର ଗଠନ କରିଥିଲା। ୭୦ଟି ବିଧାନସଭା ଆସନରୁ ୬୭ଟି ଆସନରେ ବିଜୟୀ ହୋଇଥିଲା। ବିଜେପି ଖାତାରେ କେବଳ ୩ଟି ଆସନ ପଡିଥିଲା। ତେବେ ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବାପରେ ବିଜେପି କାର୍ଯ୍ୟାଳୟ ବାହାରେ ଏଭଳି ପୋଷ୍ଟର ଲୋକଙ୍କ ଧ୍ୟାନ ଆକର୍ଷଣ କରିଛି। 

Subscribe

National International State Sports Entertainment