ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏନ୍ ବିରେନ୍ ସିଂହ । ସେ ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ଭେଟି ରବିବାର ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଅନେକ ଦିନ ଧରି ରାଜ୍ୟରେ ଲାଗି ରହିଥିବା ହିଂସାକୁ ନେଇ ସେ ଇସ୍ତଫା ଦେଇଥିବା କୁହାଯାଉଛି ।
ବିରେନ୍ ସିଂହ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାକୁ ସାକ୍ଷାତ କରିଥିଲେ । ଏହା ପରେ ସେ ଇମ୍ଫାଲ୍ ପ୍ରତ୍ୟାବର୍ତ୍ତନ କରିଥିଲେ । ଇମ୍ଫାଲ୍ ଫେରିବା ପରେ ରାଜ୍ୟପାଳଙ୍କୁ ଭେଟି ସେ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ରରେ କହିଛନ୍ତି ଯେ ଏପର୍ଯ୍ୟନ୍ତ ମଣିପୁରର ଲୋକଙ୍କ ସେବା କରିବା ଏକ ସମ୍ମାନର ବିଷୟ । ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରତ୍ୟେକ ମଣିପୁରୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସମୟୋଚିତ ପଦକ୍ଷେପ, ହସ୍ତକ୍ଷେପ, ବିକାଶ କାର୍ଯ୍ୟ ଏବଂ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ପାଇଁ ମୁଁ କେନ୍ଦ୍ର ସରକାରଙ୍କ ପ୍ରତି ବହୁତ କୃତଜ୍ଞ ଅଟେ ।
ବିରେନ ସିଂହଙ୍କ ନେତୃତ୍ୱ ବିରୁଦ୍ଧରେ ରାଜ୍ୟ ବିଜେପିରେ ଅସନ୍ତୋଷକୁ ଶାନ୍ତ କରିବା ପାଇଁ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଥିବା ବିଶ୍ୱାସ କରାଯାଉଛି । ବର୍ତ୍ତମାନ ରାଜ୍ୟ ସରକାର କଂଗ୍ରେସ ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଏବଂ ଫ୍ଲୋର ଟେଷ୍ଟର ସମ୍ମୁଖୀନ କରିବାର ସମ୍ଭାବନା ରହିଛି । ଯଦିଓ ସହଯୋଗୀ କନରାଡ ସଙ୍ଗମାଙ୍କ ନ୍ୟାସନାଲ ପିପୁଲ୍ସ ପାର୍ଟି ସରକାରରୁ ସମର୍ଥନ ପ୍ରତ୍ୟାହାର କରେ, ତଥାପି ବିଜେପି ପାଖରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବା ପାଇଁ ପର୍ଯ୍ୟାପ୍ତ ସଂଖ୍ୟା ଅଛି । ଏହା ସତ୍ତ୍ୱେ, ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ ଦାବି କରୁଥିବା ବିଧାୟକମାନେ ଫ୍ଲୋର ଟେଷ୍ଟ କ୍ଷେତ୍ରରେ ଦଳୀୟ ହ୍ୱିପ୍କୁ ଅବମାନନା କରିବାର ସମ୍ଭାବନା ଥିଲା ।
ଅଧିକ ପଢ଼ନ୍ତୁ- ଅଧାରୁ ଅଟକିଲା ହାଇଭୋଲଟେଜ୍ ମ୍ୟାଚ୍, ବନ୍ଦ ହୋଇଗଲା ଫ୍ଲଡ୍ ଲାଇଟ୍