କୃଷି ଋଣ ଛାଡ଼ ନେଇ ସିନ୍ଧିଆଙ୍କୁ ଜବାବ ଦେଲେ କମଲନାଥ: ପ୍ରତିଶ୍ରୁତି ମନେ ଅଛି, ପୂରଣ ହେବ
Khabar Odisha:kamalnath-reacts-on-the-statement-of-scindia
ମଧ୍ୟ ପ୍ରଦେଶ, ଅକ୍ଟୋବର ୧୨ (ଖବର ଓଡ଼ିଶା):

ମଧ୍ୟ ପ୍ରଦେଶରେ ଚାଷୀଙ୍କ ଋଣ ଛାଡ଼କୁ ନେଇ ଦୁଇ କଂଗ୍ରେସ ନେତାଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଛି । ଋଣ ଛାଡ଼ ପ୍ରତିଶ୍ରୁତି ଦେଇଥିବା ମୁଖ୍ୟମନ୍ତ୍ରୀ କମଲନାଥ ଏବେ ଲୋକଙ୍କ ଆକ୍ରୋଶର ଶୀକାର ହୋଇଛନ୍ତି । ଏବେ ଲୋକଙ୍କୁ ସଫେଇ ଦେଉଛନ୍ତି କମଲନାଥ । ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ତାଙ୍କର ମନେ ଅଛି ଏବଂ ରାଜ୍ୟର ଜନତାଙ୍କର ତାଙ୍କ ସମ୍ପୂର୍ଣ୍ଣ ଭରସା ହୋଇଛି ବୋଲି ସେ କହିଛନ୍ତି । ଏହି ପରିପ୍ରେକ୍ଷୀରେ ଯେ ଜ୍ୟୋତିରାଦିତ୍ୟ ସିନ୍ଧ୍ୟାଙ୍କୁ ମଧ୍ୟ ଜବାବ ଦେଇଛନ୍ତି ।

ସିନ୍ଧିଆ ଋଣ ଛାଡ଼ ପ୍ରସଙ୍ଗରେ କମଲନାଥଙ୍କୁ ଟାର୍ଗେଟ୍‌ କରିଛନ୍ତି । ସେ କହିଛନ୍ତି ଯେ ଚାଷୀଙ୍କ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣଛାଡ଼ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଯାହାକି ଏ ଯାଏଁ ପୂରଣ ହୋଇ ନାହିଁ । ଆଗାମୀ ପର୍ଯ୍ୟାୟରେ ପ୍ରତିଶ୍ରୁତି ପୂରଣ ହେବ ବୋଲି କମଲନାଥ କହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୫୦ ହଜାର ଟଙ୍କା ଯାଏଁ ଋଣ ଛାଡ଼ କରାଯାଇଛି । ଆଗକୁ ସରକାର ୨ ଲକ୍ଷ ଋଣ ଛାଡ଼ କରିବାକୁ ଯାଉଛନ୍ତି । ଜନତାଙ୍କର ତାଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ରହିଛି । 

ଏଠାରେ ଉଲ୍ଲେଖ ଯୋଗ୍ୟ, ସିନ୍ଧିଆଙ୍କ ବ୍ୟତୀତ ଦିଗବିଜୟ ସିଂହ ମଧ୍ୟ ଋଣ ଛାଡ଼ଙ୍କୁ ନେଇ କମଲନାଥଙ୍କୁ ସମାଲୋଚନା କରିଥିଲେ । ସମ୍ପୂର୍ଣ୍ଣ ଋଣ ଛାଡ଼ ନ ହେବାକୁ ନେଇ ସେ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଭୁଲ ମାଗିବାକୁ କହିଥିଲେ ।

  • Tags:

Subscribe

National International State Sports Entertainment