ଭୁବନେଶ୍ୱର: ଶେଷରେ ମହିଳା କମିଶନ ଅଧ୍ୟକ୍ଷା ପଦରୁ ହଟିଛନ୍ତି ମିନତି ବେହେରା । ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । କାରଣ ଦର୍ଶାଅ ନୋଟିସରେ ସନ୍ତୋଷ ଜନକ ଉତ୍ତର ନ ଦେଇପାରିବାରୁ ତାଙ୍କୁ ପଦରୁ ବହିଷ୍କୃତ କରାଯାଇଛି ।
ଗତ ମାସ ୨୩ ତାରିଖରେ ସରକାର ମହିଳା କମିଶନ ଅଧ୍ୟକ୍ଷା ପଦରୁ ମିନତି ବେହେରାଙ୍କୁ ବରଖାସ୍ତ କରିଥିଲେ । ୨୫ ତାରିଖରେ ମିନତିଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ ରାଜ୍ୟ ସରକାର । ନଭେମ୍ବର ୧ ତାରିଖ ୪ଟା ବେଳେ ମହିଳା କମିଶନ ନୋଟିସର ଉତ୍ତର ରଖିଥିଲେ । ମିନତି ସରକାରଙ୍କୁ ସନ୍ତେଷ ଜନକ ଉତ୍ତର ନ ଦେଇପାରିବାରୁ ପଦରୁ ହଟାଇ ଦିଆଯାଇଛି । ସରକାର ନିର୍ଦ୍ଦେଶ ଦେବାର ୨୦ ଦିନ ପରେ ମିନତି ନିଜ ଗାଦି ଛାଡ଼ିଛନ୍ତି ।
୨୦୨୨ ରେ ମିନତି ବେହେରାଙ୍କୁ ତତ୍କାଳୀନ ରାଜ୍ୟ ସରକାର ମହିଳା କମିଶନ ଅଧ୍ୟକ୍ଷାଭାବେ ନିଯୁକ୍ତି ଦେଇଥିଲେ । ତାଙ୍କୁ ୩ ବର୍ଷ ପାଇଁ ଏହି ପଦବୀରେ ନିଯୁକ୍ତି ମିଳିଥିଲା । କିନ୍ତୁ ତାଙ୍କ କାର୍ଯ୍ୟକାଳ ଭିତରେ ମାମଲା ଶୁଣାଣି ଓ କ୍ୟାମ୍ପ୍ କୋର୍ଟ ଆୟୋଜନ ଆଦୌ ସନ୍ତୋଷ ଜନକ ନ ଥିଲା । ସେଥିପାଇଁ ତାଙ୍କୁ ପଦରୁ ବହିଷ୍କୃତ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ ।