ଖବର ଓଡିଶା : 18/05/2023:
ପରଲୋକରେ ବିଜେପି ଏମପି ରତନଲାଲ କାଟାରିଆ। ଦୀର୍ଘ ଦିନର ଅସୁସ୍ଥତା ପରେ ଗୁରୁବାର ଚଣ୍ଡିଗଡ଼ରେ ନିଃଶ୍ବାସ ତ୍ୟାଗ କରିଛନ୍ତି। ବୁଧବାର ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ତାଙ୍କୁ ଡାକ୍ତରଖାନାରେ ଭେଟିଥିଲେ। ଆଜି ତାଙ୍କ ମୃତ୍ୟୁ ପରେ ରାଜ୍ୟରେ ତାଙ୍କ ସମର୍ଥକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା ।
ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଟୁଇଟ କରି ଲେଖିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଅମ୍ବାଲା ଏମ୍ପି ରତନଲାଲ କାଟାରିଆଙ୍କ ମୃତ୍ୟୁରେ ମୁଁ ଗଭୀର ମର୍ମାହତ। ହରିୟାଣା ଲୋକଙ୍କ ଉନ୍ନତି ପାଇଁ ସେ ସଂସଦରେ ସବୁବେଳେ ସ୍ୱର ଉଠାଉଥିଲେ। ତାଙ୍କ ବିୟୋଗରେ ରାଜନୀତିରେ ଏକ ଅପୂରଣୀୟ କ୍ଷତି ଘଟିଛି।