କେନ୍ଦୁଝର: ପୂର୍ବରୁ ଜଣେ ଅଧିକାରୀ ମଞ୍ଚରେ ଠିଆ ହୋଇ ଭାଷଣ ଦେଉଥିଲେ । ଆଉ ନେତା ମନ୍ତ୍ରୀମାନେ ମଞ୍ଚ ତଳେ ବସି ରହୁଥିଲେ । ଏବେ ସମୟ ବଦଳିଛି ଏବଂ ସରକାର ବଦଳିଛି । ଗୋଟିଏ ମଞ୍ଚରେ ମୁଖ୍ୟମନ୍ତ୍ରୀ, ୱାର୍ଡ ମେମ୍ବର ଏବଂ ସରପଞ୍ଚ ସମସ୍ତେ ବସିବାର ଅଧିକାର ପାଉଛନ୍ତି । କେନ୍ଦୁଝର ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏଭଳି ପୂର୍ବ ବିଜେଡ଼ି ସରକାର ଏବଂ ପାଣ୍ଡିଆନଙ୍କ ଉପରେ ବର୍ଷିଛନ୍ତି ।
ଦୁର୍ଗାପୂଜା ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କର ତିନି ଦିନିଆ କେନ୍ଦୁଝର ଗସ୍ତର ଆଜି ତୃତୀୟ ବା ଶେଷ ଦିନ । ପଦ୍ମପୁର ଲକ୍ଷ୍ମୀ ପଡିଆଠାରେ ଆୟୋଜିର ବିଜେପି ସଦସ୍ୟତା କାର୍ଯ୍ୟକ୍ରମରେ ଯୋଗଦାନ କରି ସାଧାରଣ ଜନତାଙ୍କୁ ସମ୍ବୋଧନ କରିଛନ୍ତି । ସାଂସଦ ଅନନ୍ତ ନାଏକ ଓ ତେଲକୋଇ ର ବିଧାୟକ ଫକିର ନାଏକ ମଧ୍ୟ ଯୋଗ ଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ବିଜେଡ଼ି ଉପରେ ବର୍ଷିଛନ୍ତି । ପୂର୍ବ ସରକାର ଜଣେ ଅଧିକାରୀ ଆସି ଦରଖାସ୍ତ ନେଉଥିଲେ ଆଉ ସମାଧାନ ହୋଇଯିବ କହୁଥିଲେ । ହେଲେ ସମାଧାନ ହୋଇଛି କି ବୋଲି ପଚାରି ନ ଥିଲେ I ସେତେବେଳେ ପୂର୍ବ ସରକାର ସମୟରେ ଜଣେ ସଚିବ ଆସି ମଞ୍ଚରେ ଭାଷଣ ଦେଉଥିଲେ ନେତା ମନ୍ତ୍ରୀ ତଳେ ଠିଆ ହେଉଥିଲେ । ହେଲେ ଆଜି ଏହି ମଞ୍ଚ ରେ ସରପଞ୍ଚ ଏବଂ ୱାର୍ଡ ମେମ୍ବର ମଞ୍ଚରେ ବସିଛନ୍ତି ତାଙ୍କର ବସିବାର ଅଧିକାର ଅଛି ।
ଆଜି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବର୍ଷ ବର୍ଷ ଧରି ବନ୍ଦ ରହୁଥିଲା। ଆମ ସରକାର ଆସିବା ପରେ ଅଭିଯୋଗ ପ୍ରକୋଷ୍ଠ ଖୋଲିଛି । ଲୋକେ ସିଧା ଆସି ଅଭିଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ସହ ସିଧାସଳଖ କଥା ହୋଇ ପାରୁଛନ୍ତି , ଏବେ ଲୋକେ ଖୁସିରେ କାନ୍ଧୁଛନ୍ତି । କେନ୍ଦୁଝର ଜିଲ୍ଲାର ମଣ୍ଡୁଆରେ ମଧ୍ୟ ଏକ ଅଭିଯୋଗ ପ୍ରକୋଷ୍ଠର କ୍ୟାମ୍ପ ଅଫିସ ଖୋଲା ହୋଇଛି । ଆପଣମାନେ ଆଉ ଭୁବନେଶ୍ଵର ଯିବା ଦରକାର ନାହିଁ ଏହି ଠାରେ ଅଭିଯୋଗ ଦେବେ । ପ୍ରତି ଜିଲ୍ଲା ଯାଇ ଲୋକଙ୍କ ଅଭିଯୋଗ ଶୁଣି ତାର ସମାଧାନ କରାଯିବା ଦରକାର। ପୂର୍ବ ସରକାର ଲୋକ ଙ୍କ ପାଖକୁ ଗଲେ ନାହି ଅଫିସର ଙ୍କୁ ପଠାଇଲେ ଗଣତନ୍ତ୍ର ବଦଳରେ ଅମଲାତନ୍ତ୍ର ଚାଲିଲା ତେଣୁ ଲୋକେ ସରକାର ପରିବର୍ତ୍ତନ କଲେ ।
ସେହିପରି ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଆଗାମୀ ଦିନରେ ନିଶ୍ଚୟ ଷ୍ଟିଲ ପ୍ଳାଣ୍ଟ ସ୍ଥାପନ ହେବ । ଜିଲ୍ଲାର ପିଲାମାନେ ଚାକିରୀ ପାଇବେ, ମେଡିକାଲ କଲେଜ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ଏବଂ ଆମ କେନ୍ଦୁଝର ସୁନାର କେନ୍ଦୁଝର ହେବ ।